mahavir

ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ଅଙ୍କିତ ସାହୁ

  • ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଛାତ୍ର କଂଗ୍ରେସ ଅଧକ୍ଷ ଅଙ୍କିତ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ନିଯୁକ୍ତିକୁ ଜିଲ୍ଲାର ଯୁବନେତା, କର୍ମୀ ଓ ସମର୍ଥକମାନେ ସ୍ୱାଗତ କରିଛନ୍ତି । ଅଙ୍କିତ ସାହୁ ବର୍ତ୍ତମାନ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ କାର୍ଯ୍ୟରତ ଅଛନ୍ତି । ଦୀର୍ଘ ଦିନ ଧରି ସେ ଯୁବ ସମସ୍ୟା ଉପରେ ସ୍ୱର ଉଠାଇବା ସହ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବାରେ ନିରନ୍ତର କାମ କରୁଛନ୍ତି । ଏହାପୂର୍ବରୁ ସେ ଏସ୍‌ଏସ୍‌ୟୁଆଇର ଜିଲ୍ଲା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ଏବଂ ଛାତ୍ର ସଂଗଠନକୁ ଶକ୍ତିଶାଳୀ କରିବାରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ । ପରେ ସେ ଭାରତୀୟ ଯୁବ କଂଗ୍ରେସ ର ଜିଲ୍ଲା ଉପାଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ସେହି ପରି ସେ ଭାରତୀୟ ଯୁବ କଂଗ୍ରେସର ଜାତୀୟ ମିଡିଆ ପ୍ୟାନେଲିଷ୍ଟ ଭାବେ ମଧ୍ୟ କାର୍ଯ୍ୟ କରି ସଂଗଠନର ପକ୍ଷରୁ ବିଭିନ୍ନ ମାଧ୍ୟମରେ ନିଜ ମତ ପ୍ରକାଶ କରିଛନ୍ତି । ଶ୍ରୀ ସାହୁଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ଆହୁରି ସଶକ୍ତି ହେବ ଏବଂ ଯୁବମାନଙ୍କ ସହଭାଗୀତା ବଢିବ ବୋଲି ଦଳୀୟ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ସମର୍ଥନ ଓ ଶୁଭେଚ୍ଛୁମାନେ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଅଙ୍କିତ ସାହୁ ଦଳର ଶୀର୍ଷ ନେତୃତ୍ୱ ଯଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡଗେ, ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ ମନୀଷ ଶର୍ମା, ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବ, ବଲାଙ୍ଗିର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର, ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ତଥା ପ୍ରଭାରୀ ମହେଶ ଦେଶମୁଖ, ସହ ପ୍ରଭାରୀ ରିୟାନ ରାଜୁ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.