
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ସକାଳ ୧୧ଟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ମାଳି ସମାଜ ପକ୍ଷରୁ ମାଳି ସମାଜର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜର ବିଭିନ୍ନ ସମସ୍ୟା ଏବଂ ତାହାର କିପରି ସମାଧାନ କରାଯିବ ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାର କୋଷାଧକ୍ଷ ପର୍ଶୁରାମ ପୁଟେଲ୍, ଜିଲ୍ଲା ଉପ ସଭାପତି ଶଶାଙ୍କ ପୁଟେଲ, ଜିଲ୍ଲା ସୋସିଆଲ ମିଡିଆ କୋର୍ଡିନେଟର ଚୁଡ଼ା ପୁଟେଲ, ଟିଟିଲାଗଡ ବ୍ଲକର ପୂର୍ବତନ ସଭାପତି ବସନ୍ତ ପୁଟେଲ୍, ସାମାଜିକ କର୍ମୀ ଯାଜ୍ଞସିନୀ ପୁଟେଲ ମଞ୍ଚାସୀନ ଥିଲେ । ଆଜି ସଭାରେ ସଭାପତିତ୍ୱ କରିଥିଲେ ହେମନ୍ତ ପୁଟେଲ ଓ ମଞ୍ଚ ପରିଚାଳନା କରିଥିଲେ ଇନ୍ଦ୍ରମଣି ପୁଟେଲ । ସାଧାରଣ ସଭା ଅନୁଷ୍ଠିତ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ବର୍ଷ ୨୦୨୬/୨୭ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ଚଳିତ ବର୍ଷ ପାଇଁ ସଭାପତି ଭାବେ ତାପସ ପୁଟେଲ, ଉପ ସଭାପତି ଭାବେ ଶ୍ରୀମତୀ ଯାଜ୍ଞସିନୀ ପୁଟେଲ୍, ସମ୍ପାଦକ ଓଁକାର ପୁଟେଲ, କୋଷାଧକ୍ଷ ଅଜିତ ପୁଟେଲ୍, ସହ ସମ୍ପାଦକ କାଶୀନାଥ ପୁଟେଲ ମନୋନୀତ ହୋଇଛନ୍ତି । ସମାଜର ଝିଅ ମାନଙ୍କୁ ଆଗକୁ କିପରି ବଢ଼େଇ ହେବ, ଶିକ୍ଷା ତଥା ଅନ୍ୟ କ୍ଷେତ୍ରରେ ସମାଜର ଯୁବପିଢ଼ିଙ୍କୁ ଆଗକୁ ନେଇ ହେବ ସେ ଉପରେ ମୁଁ କାର୍ଯ୍ୟ କରିବି ବୋଲି ତାପସ ପୁଟେଲ ନିଜ ବକ୍ତବ୍ୟରେ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମାଜର ବବଲୁ ପୁଟେଲ, ମଦନ ପୁଟେଲ୍, ପିଙ୍କୁ ପୁଟେଲ୍, ମହିପାଲ ପୁଟେଲ ଓ ଅନ୍ୟମାନେ ସହଯୋଗ କରିଥିଲେ । ବୈଠକ ଅନୁଷ୍ଠିତ ହେବା ପରେ ନବ ନିର୍ବାଚିତ କମିଟି ସଦସ୍ୟ ଓ ମାଳି ସମାଜର ସଦସ୍ୟମାନେ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ବିଧାୟକ ନବୀନ ଜୈନ ଆଗାମୀ ଦିନରେ ମାଳି ସମାଜର ଉନ୍ନତି ନିମନ୍ତେ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।