mahavir

ବୈଶାଖୀ ସାହିତ୍ୟ ସଂସଦର ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ବୈଶାଖୀ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସଂସଦର ୩୭ତମ ବାର୍ଷିକୋତ୍ସବ ଓ ରାଜ୍ୟସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ସଭାପତି ବୁଦ୍ଧେଶ୍ୱର ଷଡଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ର ଓଡ଼ିଆ ସାହିତ୍ୟରେ ଆଦିବାସୀ ସଂସ୍କୃତି ସମ୍ପର୍କରେ ମୁଖ୍ୟବକ୍ତା ଭାବେ ଡ. ବବ୍ରୁବାହନ ମହାପାତ୍ର କହିଲେ ଓଡିଆ ସାହିତ୍ୟ ସଂସ୍କୃତି ସହିତ ଜନଜାତି ସଂସ୍କୃତିର ନିବିଡ ସଂପର୍କ ରହିଛି । ଓଡିଆ ସାହିତ୍ୟର ପ୍ରାଚୀନ ଓ ମଧ୍ୟଯୁଗୀୟ ପର୍ଯ୍ୟାୟରେ ଆଦିବାସୀ ଜୀବନ ସମ୍ପର୍କରେ ଉଲ୍ଲେଖ କରି ଆଧୁନିକ ସାହିତ୍ୟରେ ଆଦିବାସୀମାନଙ୍କୁ ଧନଶାଳୀ ଓ ଉଚ୍ଚ ଶିକ୍ଷିତ ପଦାଧିକାରୀ ଶୋଷଣ କରୁଛନ୍ତି ଓ ତାଙ୍କ ପାଇଁ ପ୍ରଣିତ ଯୋଜନା ସବୁ ଫଳପ୍ରଦ ହେଉନାହିଁ । ଅନ୍ୟତମ ବକ୍ତା ଅଧ୍ୟାପିକା ପ୍ରଣତି ବେହେରା କହିଲେ ବିଭିନ୍ନତା ଭିତରେ ଏକତା ଆମ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ, ଜାତି ବଂଚି ରହୁ, ଭାଷା ସାହିତ୍ୟ ସମୃଦ୍ଧ ହେବାସହ ପରସ୍ପର ମଧ୍ୟରେ ସଂପ୍ରୀତି ଓ ସଦ୍‌ଭାବନା ଉଜ୍ଜିବୀତ ରହୁ । ଉଦ୍‌ଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଲେ ଆମ ଭାଷା ସାହିତ୍ୟ ସଂସ୍କୃତିର ଇତିହାସ ଜନଜାତିକୁ ଛାଡିଲେ କେବେ ବି ଲେଖି ହେବନି । ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ପ୍ରଭାରୀ ରଶ୍ମି ରଂଜନ ଶତପଥି ଉପାନ୍ତ ଅଞ୍ଚଳରେ ବୈଶାଖୀ ସାହିତ୍ୟ ସଂସଦର ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ସଭାପତି ଶ୍ରୀ ଷଡ଼ଙ୍ଗୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । କବି ସୁଶାନ୍ତ କୁମାର ନାୟକ ମଂଚ ପରିଚାଳନା କରିଥିଲା ବେଳେ ସାଧାରଣ ସଂପାଦକ ଚନ୍ଦ୍ରଧ୍ୱଜ ମାଝୀ ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଶିଶୁ ପ୍ରତିଭା ତ୍ୱିଷା ତେଜୋମୟୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲା ବେଳେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ମନ୍ତ୍ରପାଠ କରିଥିଲେ । ଏହି ଅବସରରେ ଡ. ବବ୍ରୁବାହନ ମହାପାତ୍ର, ପ୍ରତାପ କୁମାର ପଣ୍ଡା, ଡ.ନଗେନ ଦାସ, ପ୍ରଣତି ବେହେରା, ତ୍ରିଲୋଚନ ବେହେରା, କନକ ଲତା ମିଶ୍ର, ବାସନ୍ତି ପ୍ରଷେଠ୍, ତ୍ୱିଷା ତେଜୋମୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତାପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅଧ୍ୟାପିକା ଶୈଳବାଳା ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । କବିତା ସଂଯୋଜିକା ଭାବେ ଶେଫାଳୀ ବାରିକ, ସୁଚିସ୍ମିତା ପଣ୍ଡା ଓ ନିରୁପମା ନାୟକଙ୍କ ସଂଯୋଜନାରେ ସଂଯୋଜନାରେ କବି କୁଞ୍ଜବିହାରୀ ରାଉତ, ଆର୍ତ୍ତତ୍ରାଣ ମହାପାତ୍ର, ସୁସ୍ମିତା ମହାପାତ୍ର, ସସ୍ମିତା ପ୍ରଧାନ, ଡା. କୃପାସିନ୍ଧୁ ନାୟକ, ବଳରାମ ରାଉଳ, ସଂଗ୍ରାମ ସିଂ ସାମଲ, ବିଜୟ କୁମାର ସାହୁ, ବାସନ୍ତି ପାତ୍ର, ନିବେଦିତା ପଣ୍ଡା, ଗୀତାରାଣୀ ବେହେରା ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତୀ ଦାସ, ଜଗନ୍ନାଥ ରାଉତ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଦେବବ୍ରତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.