
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ତାରା ତାରିଣୀ ମନ୍ଦିର ପରିସରରେ ଥଣ୍ଡା ପାନୀୟ ଜଳ ଉଦଘାଟିତ ହୋଇଯାଇଛି । ବର୍ଷରେ ବାରଟା ସଂକ୍ରାନ୍ତି ସମେତ ଅକ୍ଷୟତୃତୀୟା, ଦଶହରା ପର୍ବ, ବାସନ୍ତୀ ପୂଜା, ଚୈତ୍ର ମାସ ଇତ୍ୟାଦି ପର୍ବମାନଙ୍କରେ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ । ଗ୍ରୀଷ୍ମକାଳ ପର୍ବକୁ ଦୃଷ୍ଟିରେ ରଖି ସମାଜସେବୀ ତଥା ଟ୍ରଷ୍ଟର ଉପସଭାପତି ସଂଯୁକ୍ତା ରାଜଗୁରୁ ମହାପାତ୍ରଙ୍କ କରକମଳରେ ମନ୍ଦିର କମିଟିର ପୂର୍ବତନ ସଭାପତି ସ୍ୱର୍ଗତଃ ଡାକ୍ତର ରାଜକିଶୋର ରାଜଗୁରୁ ମହାପାତ୍ରଙ୍କ ସ୍ମାରକୀ ଉଦ୍ଦେଶ୍ୟରେ ଏକ ଥଣ୍ଡା ପାନୀୟ ଜଳ ଉଦଘାଟନ କରାଯାଇଥିଲା । ଏହା ସଂପୂର୍ଣ୍ଣ ଶ୍ରୀମତୀ ରାଜଗୁରୁ ମହାପାତ୍ରଙ୍କ ଅର୍ଥଦାନରେ ସମ୍ଭବ ହୋଇପାରିଛି । ଆଜିର ଏହି ଦିବସରେ ବହୁ ଭକ୍ତଗଣ ଉପସ୍ଥିତ ଥିଲେ । ଜଳର ସମସ୍ୟା ଦୂର ହେବା ଦେଖି ଭକ୍ତଗଣ ଖୁସି ପ୍ରକଟ କରିଥିଲେ । ବିଦ୍ୟାନଗରୀ ବସ୍ତି ସୁରକ୍ଷା କମିଟି ତରଫରୁ ମନ୍ଦିରର ବିକାଶ ନିମନ୍ତେ କୋଡ଼ିଏ ହଜାର ଆର୍ଥିକ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦିଆଯାଇଛି । ଆଜିର ଏହି ଅବସରରେ ସଭାପତି ବିଶ୍ୱଜିତ ଜେନା, ଭାସ୍କର ନନ୍ଦ, ସୁଶାନ୍ତ ଦଳେଇ ଲୋକେଶ ରାଉତ ଅମରନାଥ ଜେନା ଅର୍ଜୁନ ପଣ୍ଡା ପ୍ରସନ୍ନ ନାହକ, ନାରାୟଣ ମାହାନ୍ତି, ପିକେ ମଜୁମଦାର, ପ୍ରଶାନ୍ତ ପଣ୍ଡା ଯୋଗୀ ପଣ୍ଡା ଭାଗୀରଥି ସାହୁ ବଂଶୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପରିଚାଳନା ସମିତିର ସଂପାଦକ ସୁଶାନ୍ତ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।