
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୂଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପୀଠରେ ବୈଶାଖ ମେଳା ବିଶ୍ୱଶାନ୍ତି ମହାଯଜ୍ଞ ପୂଣ୍ଣାହୁତି ପଡିବା ସହ ୫ ଦିନରେ ୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ଜପ ସହ ୧୨ ହଜାର ଆହୁତି ଦିଆଯାଇଛି । ଶେଷ ଦିନରେ ନୃସିଂହ ଭଗବାନକୁ ଦର୍ଶନ ପରି ଚତୁଃପାଶ୍ୱର୍ରେ ମନ୍ଦିର ପରିକ୍ରମା କରାଯାଇଥିଲା । ଶେଷରେ ଅପରାହ୍ନ ୨ଟାରେ ପୂର୍ଣ୍ଣାହୁତି ହୋମ ଭୋଗ ଆଳତୀ ଓ ପୁଷ୍ପାଞ୍ଜଳି ଦିଆଯାଇଥିଲା । ପଣ୍ତିତ ଡିଗ୍ରୀଧର ଦେବତାଙ୍କ ସମେତ ୧୩ ଜଣ ଦକ୍ଷ ପଣ୍ତିତ ମାନଙ୍କ ଦ୍ୱାରା ଶାନ୍ତି ଶୃଙ୍ଖଳା ସହ ମହାଯଜ୍ଞର ପୂର୍ଣ୍ଣାହୁତି ପଡିଛି । ପାଇକମାଲ ଅଞ୍ଚଳବାସୀମାନେ ନୃସିଂହନାଥ ପାପହାରିଣୀ ଝରଣା ଗଣେଶ ଘାଟରେ କଳସ ବିସର୍ଜନ କରିଥିଲେ । ପ୍ରଭୁ ଶ୍ରୀଶ୍ରୀ ମାର୍ଜାର କେଶରୀ ଜନ୍ମୋତ୍ସବ ଶେଷ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ, ଭକ୍ତ ତଥା ପର୍ଯ୍ୟଟକମାନେ ଚାଲଧାର ଝରଣାରେ ବୁଡ଼ ପକାଇଥିଲ । ବୈଶାଖ ମେଳା ଶୁକ୍ରବାର ଶେଷଦିନ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥିଲେ । ଛତିଶଗଡ଼, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ସୋନପୁର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ, ଭକ୍ତ ତଥା ପର୍ଯ୍ୟଟକମାନେ ଆସିଥିଲେ । ନୃସିଂହନାଥ ପାହାଡ଼ ଚଢି ହଜାର ହଜାର ଶ୍ରଦ୍ଧାଳୁ ହରିଶଙ୍କର ପୀଠକୁ ମଧ୍ୟ ଯାଉଥିଲେ । ହରିଶଙ୍କର ପୀଠରୁ ପାହାଡ ଚଢି ନୃସିଂହନାଥ ପୀଠକୁ ଆସି ପ୍ରଭୁ ମାର୍ଜାର କେଶରୀକୁ ଦର୍ଶନ କରି ଫେରିଥାନ୍ତି । ମୀନା ବଜାର ସାଙ୍ଗକୁ ଦୋକାନ ବଜାର ଲୋକେ ଭିଡ଼ ଦେଖିବାକୁ ମିଳୁଥିଲା । ବୈଶାଖ ମେଳାର କମିଟି ସଦସ୍ୟମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରୁଥିଲେ । ପୋଲିସ ବିଭାଗ, ପାନୀୟ ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ ବିଭାଗ ତଥା ଦମକଳ ବିଭାଗ ନିଜ ନିଜ ଦାୟିତ୍ୱ ନିର୍ବାହ କରୁଥିଲେ । ବୈଶାଖ ମେଳା ଶେଷ ଦିନ ଥିବାରୁ ନୃସିଂହନାଥ ପୀଠ ଚଳଚଞ୍ଚଳ ହୋଇପଡିଥିଲା । ଉଦଯାପନୀ ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାର ରାଷ୍ଟ୍ର ମନ୍ତ୍ରୀ ତୋଖନ ସାହୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ମହାସମୁନ୍ଦ ପୂର୍ବତନ ସାଂସଦ ଚୁନ୍ନୀଲାଲ ସାହୁ, ବରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ, ବରଗଡ଼ ଜିଲ୍ଳାପାଳ ଆଦିତ୍ୟ ଗୋୟଲ, ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ । ଅଧ୍ୟାପକ ସୁଶାନ୍ତ ମିଶ୍ର ସଭା ସଂଯୋଜନା କରିଥିଲେ । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଅଶୋକ ବହିଦାର, ମନ୍ଦିର ସେବକ ଶଙ୍କର ଭୋଇ, କନ୍ଧ ସମାଜ ପ୍ରତିନିଧି ଅନିରୁଦ୍ଧ ମଲ୍ଲିକ, ବରିଷ୍ଠ ମନ୍ଦିର ସେବକ ନରସିଂହ ହୋତା ଓ ବିଶିଷ୍ଟ ସ୍ତମ୍ଭକାର ଓ ଗବେଷକ ସୁଶାନ୍ତ ମିଶ୍ରଙ୍କୁ ସମ୍ମାନିତ କରି ସମ୍ବର୍ଦ୍ଧିତ କରାଯାଇଥିଲା । ନୃସିଂହନାଥ ମନ୍ଦିର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଦେବାଶିଷ ସିହ୍ନା ଧନ୍ୟବାଦ ଦେଇଥିଲେ । ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପୂର୍ବକ ଶେଷ ସନ୍ଧ୍ୟାର ସାଂସ୍କୃତିକ ମଞ୍ଚର ଆରମ୍ଭ କରିଥିଲେ । ବୈଶାଖ ମେଳାରେ ଶେଷଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ହନୁମାନ ବାଟିକା ପଡ଼ିଆରେ ନୁନି ନୁ ଭୁଆସେନ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ପଦ୍ମପୁର, ଆଦିବାସୀ ନୃତ୍ୟ, ପଶ୍ଚିମ ଓଡ଼ିଶା ନୃତ୍ୟ ଏକାଡେମୀ, ଭବାନୀପାଟଣା, ସମ୍ବଲପୁରୀ ନୃତ୍ୟ ପଞ୍ଚମ ବଲାଙ୍ଗିର, ଢେମସା ଗାୟତ୍ରୀ କଳା ସଙ୍ଗଠନ, ଚୁଟୁକୁଚୁଟା ବୋଧନ ସାଂସ୍କୃତିକ ଅନୁଷ୍ଠାନ ତୋରା ଅଂଶଗ୍ରହଣ କରିଥିବା ବେଳେ ଲୋକ ନାଟକ ଶ୍ରୀ ଶ୍ରୀ ନୃସିଂହ ଚରିତ ମୂଷିକ ଦୈତ୍ୟ ଦରବାରରେ ପରିବେଷଣ ହୋଇଥିଲା । ସେହିପରି ବିନ୍ଧ୍ୟବାସିନୀ ମଞ୍ଚରେ ଜୟ ଜଗନ୍ନାଥ ଝିଅ ପାଲା ପାର୍ଟି ଟେମେରୀ, କେଜିଭିପି ମାଣ୍ଡୋସିଲ, ନୀଳମାଧବ ସଂକୀର୍ତ୍ତନ ମଣ୍ଡଳୀ, କୋକନରା ଦଳ ଅଂଶଗ୍ରହଣ କରି ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ ଶ୍ରୀ ଶ୍ରୀ ନୃସିଂହ ଚରିତ ଓ ମୂଷିକ ଦୈତ୍ୟ ଦରବାର ଅନ୍ତିମ ଦୃଶ୍ୟ କିପରୀ ମୂଷିକ ଦୈତ୍ୟ ପାହାଡ ଗୁମ୍ଫାରେ ଆତ୍ମ ଗୋପନ ପାଇଁ ରହିଗଲା ଓ ପ୍ରଭୂ ଶ୍ରୀ ହରି ବିଷ୍ଣୁ ଦତ୍ୟର ସଂହାର ପାଇଁ ମାର୍ୟାର କେଶରୀ ରୂପରେ ପ୍ରତିଷ୍ଠିତ ହେଲେ ତାହା ମଞ୍ଚସ୍ଥ ହୋଇଥିଲା । ତେବେ ଏହି ମନଲୋଭା ସାଂସ୍କୃତିକ ସନ୍ଧ୍ୟାକୁ ଆନନ୍ଦର ସହ ଉପଭୋଗ କରିଥିଲେ ଦର୍ଶକ ମଣ୍ତପକୁ ବଡ ଶତପଥୀ, ବିନୋଦ କାଲିଆ, କୁସୁମ ରାଓ, ସୁରଥ ସାହୁ, ଦୁର୍ଯ୍ୟୋଧନ ପୁଟା, ଟାଇଲ ଚନ୍ଦ୍ର ଭୋଇ, ଲଲିତ ଜଗତ ଯୋଗ ଦେଇ ଉଦଘାଟନ କରଥିଲେ । ଧିରେନ ମହାନ୍ତି, ସୋମେଶ ମହାନ୍ତି, ରାଜ କିଶୋର ସାହୁ, ମନ୍ଦିର ସେବାୟତ ସୁବୋଧ ପଣ୍ଡା, ବିଷ୍ଣୁଚରଣ ପଶାୟତ, ମନ୍ଦିର ସ୍ୱେଚ୍ଛାସେବୀ ଗିରିଶ ନାୟକ, ମାତୃପ୍ରସାଦ ରଥ, ଜାକି ସରାଫ, କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୀବ ମାଝୀ, ଚିତ୍ତରଞ୍ଜନ ସରାଫ, ଦେବେନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ତ୍ରିପାଠୀ, ପ୍ରଶାନ୍ତ ମିଶ୍ର, ଜୟଦେବ ମଟାରୀ, ଡିଗ୍ରୀଧର ସାହୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ, ମେଳା କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ ।