
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶିକ୍ଷା ବିକାଶ ସମିତି, ଓଡିଶା ତରଫରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟଶାଳାର ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବପ୍ସଶୀଧର କାଲସାଏ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସଙ୍କୁଳ ପ୍ରମୁଖ କମଲ ଲୋଚନ ତ୍ରିପାଠୀ ଏବଂ ସଙ୍କୁଳ ସଂଯୋଜକ ଶିବ ବାରିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍କୁଳ ଅନ୍ତର୍ଗତ ୭ଟି ବିଦ୍ୟାଳୟର ୪୩ ଜଣ ଗୁରୁଜୀ ଓ ୬୦ ଜଣ ଗୁରୁମା ଅପ୍ସଶ ଗ୍ରହଣ କରିଥିଲେ । ଉଦଘାଟନରୁ ସମାରୋପ ପର୍ଯ୍ୟନ୍ତ ସର୍ବମୋଟ ୧୬ଟି କାଳାପ୍ସଶ ଅନୁଷ୍ଠିତ ହୋଇଥିଲା । ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପରିଚାଳନା ସମିତି ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରତ୍ୟେକଟି କାଳାପ୍ସଶ ପ୍ରଧାନ ଆଚାର୍ଯ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଫଲ୍ୟ ମଣ୍ଡିତ ହୋଇଥିଲା । ପ୍ରତ୍ୟେକ ବିଦ୍ୟାଳୟର ଗୁରୁଜୀ ଗୁରୁମା, ସେବକ ସେବିକା ତଥାବାହାନ ଚାଳକଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସମାହିତ ହୋଇଥିଲା ।