mahavir

ବାସନ୍ତୀ ପାଠାଗାର ତରଫରୁ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଠାଗାରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସାଂସ୍କୃତିକ ସମ୍ପାଦିକା କବିତା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଉରକେଲା କଲେଜର ଅଧ୍ୟକ୍ଷ ଡ଼. ରବୀନ୍ଦ୍ର କୁମାର ଜେନା, ବିଷୟ ବିଶେଷଜ୍ଞ ଭାବେ ପ୍ରାକ୍ତନ ପ୍ରଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀ ଓଡ଼ିଶାର ଅଦ୍ଵିତୀୟ ନେତା କୃଷ୍ଣଚନ୍ଦ୍ର ଗଜପତି ଶୀର୍ଷକ ଉପରେ ବକ୍ତବ୍ୟ ରଖିଥିଲା ବେଳେ ଓ ଅନ୍ୟତମ ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ ଓଡ଼ିଆ ଜାତୀୟତାର ଆଦିଶିଳ୍ପୀ ମଧୁସୂଦନ ଦାସ ଶୀର୍ଷକ ଉପରେ ବକ୍ତବ୍ୟ ରଖିଥିଲେ । ଉଭୟ ବିଶେଷଜ୍ଞ ସେମାନଙ୍କ ବକ୍ତବ୍ୟରେ ଉଭୟ ମହାମନିଷୀଙ୍କ ଜୀବନାଦର୍ଶ, ମାତୃଭାଷା ଓ ମାତୃଭୂମି ପ୍ରତି ଥିବା ମମତ୍ୱବୋଧ, ସେମାନଙ୍କ ସାହିତ୍ୟ ସର୍ଜନା, ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଗଠନରେ ସେମାନଙ୍କ ଅବଦାନ ଉପରେ ମାର୍ମିକ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଡ଼ ଜେନା ତାଙ୍କ ବକ୍ତବ୍ୟରେ ଉଭୟ ମହାମନିଷୀଙ୍କ ଆମ ଓଡ଼ିଶା ଗଠନରେ ଭୂମିକା, ସାହିତ୍ୟ ସୃଷ୍ଟି ଓ ସମାଜକୁ ଦେଖାଇଯାଇଥିବା ଦିଗଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପରେ ଏକ ମନୋଜ୍ଞ କବିତା ଆସରକୁ କବି ଗୌତମ ଦାସ ଓ ଉର୍ବଶୀ ଦାଶ ପତିଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । ଏହି ଆସରରେ ଉପେନ୍ଦ୍ର ବସ୍ତିଆ, ବିଜୟ ସାହୁ, ବ୍ରହ୍ମାନନ୍ଦ ପାଢ଼ୀ, କିଶୋରୀ ମୋହନ କର, ସୁଶାନ୍ତ ନାୟକ, ସୌଭାଗିନୀ ସାହୁ ଓ ସଂଯୋଜକ ଦ୍ୱୟ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଂଯୋଜକ ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଶକ୍ତି ପ୍ରସାଦ ସାମନ୍ତରାୟ, କୁଞ୍ଜବିହାରୀ ରାଉତ, ବିଭୁଦତ୍ତ ବେହେରା, ଗୀତାଞ୍ଜଳି ମହାରଣା, ପ୍ରିୟଙ୍କା ନାୟକ, ଭୁବନେଶ୍ୱରୀ ମହାପାତ୍ର, ପ୍ରଫୁଲ୍ଲ ସାହୁ, ସ୍ନେହପ୍ରିୟ ବଳ, ଓମକାର ନାୟକ, ଶରତ ରାଉତ, ବଳରାମ ଦାଶ, ରମେଶ ସାହୁ, ପ୍ରଭାସିନୀ ସାହୁ, ଯାଜ୍ଞସେନୀ ସାହୁ, ସାଇ ଶ୍ରୀୟାଂଶ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ନିରୁପମା ନାୟକ, ଗଦାଧର ରଥ, ସୁନିଲ ମହାନ୍ତି, ବସନ୍ତ ମହାରଣା, କମଳ ଆଚାର୍ଯ୍ୟ, ସରୋଜ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.