
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥ ତଥା ମୁରିବାହାଲ ବ୍ଲକ ଅନ୍ତର୍ଗତ କୁଦୋଭଟାରେ ମା’ ତାରିଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚକୁଣ୍ଡ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଓମ ଶ୍ରୀ ଶ୍ରୀ ତାରିଣୀ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚକୁଣ୍ଡ ମହାଯଜ୍ଞ ପାଇଁ ପୀଠ ଉତ୍ସବ ମୁଖର ମାହୋଲ ହୋଇପଡିଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ପୋଖରୀରୁ କଳସ ଆଣି ମନ୍ଦିର ଠାରେ ସ୍ଥାପନ କରାଯାଇଛି । ଏଥିରେ କର୍ତ୍ତା ଭାବେ ପ୍ରମୋଦ ବେହେରା ଓ ତାଙ୍କ ସହଧର୍ମିଣୀ ନନ୍ଦିନୀ ବେହେରା ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ଅମିତ ପାତ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ଆୟୋଜକ ମନ୍ଦିର ପୂଜକ ବସୁଦେବ ଚରଣ ଦାସ, ସଭାପତି ରୂପେଶ କୁମାର ମେହେର, ଉପସଭାପତି ପ୍ରମୋଦ ବେହେରା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଣା, କୋଷାଧ୍ୟକ୍ଷ ଯୁବରାଜ ରଣା, ଓକିଲ ବିବେକ ଶର୍ମା, ଉପଦେଷ୍ଟା ଯୁଧିଷ୍ଠିର ଭରାସଗରିଆ, ରମାକାନ୍ତ ସୁନା, ଶଶାଙ୍କ ଶେଖର ଦାସ ଯାଦବ, ସୁନୀଲ କୁମାର ମେହେର, ମାନସ ରଞ୍ଜନ ରଣା, ଦୁର୍ବାଦଲ ପୁଟେଲ, ମନୋଜ ରଣା, ସରୋଜ ମେହେର, ରୁଦ୍ରଧର ନାଗ, ଛବିଲ ପୁଟେଲ, ଚିଣ୍ଟୁ ପୁଟେଲ, ବଡ଼ ମାଝୀ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଏହି ଯାତ୍ରା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଭିଡ଼ ଲାଗିଛି । ଶାନ୍ତିଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇଛି । ପ୍ରତ୍ୟେକ ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଇଥିବା ନେଇ ଦେଖିବାକୁ ମିଳିଛି ।