ହିଆଁଲ କ୍ଳଷ୍ଟରରେ ଶିକ୍ଷା ସଚେତନତା ରଥ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ପ୍ରବେଶ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଶିକ୍ଷା ସଚେତନତା ରଥ ମାଧ୍ୟମରେ ତୁରେକେଲା ବ୍ଳକକୁ ସଚେତନ କରାଯାଉଛି । ଆଜି ହିଆଁଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଳଷ୍ଟରର ହିଆଁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଶୁଭାରମ୍ଭ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ରଥକୁ ଧୂପଦୀପ ଓ ପୁଷ୍ପ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭରାସଗ୍ରିଆ, ରାଜେନ୍ଦ୍ର ଦୋରା, ଲତାମଣି ସ୍ୱାଇଁ, ମମତା ପଣ୍ଡା, ମମିତା ସାହୁ, ଯଶୋବନ୍ତୀ ମାଝୀ, ମଧୁମତି ଦୀପ, ଜ୍ୟୋତ୍ସ୍ନା ବରିହା, ଆନନ୍ଦ ମିର୍ଦ୍ଧ।, ଖିରୋଜ ମାଝୀ, ସନ୍ତୋଷ ସୁନା, ରିନି ସାହୁ ପ୍ରମୁଖ ସହଯୋଗ କରିଥିଲେ । ମାଲପାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ତଥା ଶିକ୍ଷକମାନେ ରଥକୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ଏହି ଅବସରରେ ନୃତ୍ୟ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ଅମରକାନ୍ତ ବେହେରା, ରାମ ପ୍ରସାଦ ବାଗ, ଅପୁ କୁମାର ଭୋଇ, ଡଗର କିଶୋର ବନଗୋଲା ପ୍ରମୁଖ ସହଯୋଗ କରିଥିଲେ । କର୍ଲାବାହାଲି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ରଥକୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପ୍ରଧାନ, ସଚିନ ସେଠ, ସତ୍ୟ ମାଝୀ, ସୋନାଲି ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଡୁମେରଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରଥକୁ ଭବ୍ୟ ସ୍ୱାଗତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭି.କ୍ରିଷ୍ଣା, ଦୀପ୍ତୀବାଳା ବେହେରା, ସୁରେଶ୍ଶରୀ ବାରିକ,ରେଣୁକା ମହାନନ୍ଦ, ସସ୍ମିତା ସେଠ, ସୁନୀଲ ସେଠ ଉପସ୍ଥିତ ଥିଲେ । ସମସ୍ତଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କ୍ଳଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଶପଥ ଗ୍ରହଣ କରିଥିଲେ ।

Leave A Reply

Your email address will not be published.