jsm

ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣରେ ଗୋଟିଏ ବାଛୁରୀ ଛୁଆ ମୃତ : ଗୋଟିଏ ଆହତ

csstore

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ପ୍ରାୟ ଦେଢ଼ କିମି ଦୂର ବଡ଼ଶଙ୍ଖ ନିକଟରେ ଗୋଟିଏ ବାଛୁରୀ ଛୁଆ ମରି ପଡ଼ିଥିବା ବେଳେ ଆଉ ଗୋଟିଏ ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଦୁଇଟି ବାଛୁରୀ ଛୁଆ ବଡ଼ଶଙ୍ଖ ନିକଟ ରାସ୍ତା କଡ଼ରେ ଶୋଇଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ କୌଣସି ଏକ ବନ୍ୟ ଜନ୍ତୁ ସେହି ବାଛୁରୀ ଛୁଆମାନଙ୍କୁ ଆକ୍ରମଣ କରିଥିଲା ତେବେ କୌଣସି ମତେ ଗୋଟିଏ ବାଛୁରୀ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ଆଉ ଗୋଟିଏ ବାଛୁରୀକୁ ଆକ୍ରମଣ କରି ତାର ପଛ ଭାଗରୁ ଖଣ୍ଡିଆ ଖାବରା କରି ମାରି ଦେଇଥିବା ଦେଖିବାକୁ ମିଳିଛି । ଖବର ପାଇ ବନପାଳ ଯୋଗେଶ୍ୱର ଧାରୁଆ ଓ ବନରକ୍ଷୀ ଶ୍ରୀରାମ ପଣ୍ଡାଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏହା କେଉଁ ପ୍ରକାରର ବନ୍ୟଜନ୍ତୁ ବାଘ ନା ହେଟା ବାଘ କିମ୍ବା ଅନ୍ୟ କେଉଁ ଜନ୍ତୁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ତେବେ ଉକ୍ତ ଜୀବର ବିକଟାଳ ଶବ୍ଦ ଶୁଣି ପାଖରେ ଥ‌ିବା ଘରର ଜଣେ ମହିଳା ରାତ୍ରୀରେ ଉଠି ଘର ଭିତରେ ଥାଇ ଦେଖୁଥିଲେ । ଆଗରୁ ସେହିପରି ଜୀବକୁ ସେ କେବେ ଦେଖିନାହାନ୍ତି, କୁକୁରମାନଙ୍କ ଠାରୁ ବଡ ଦେଖାଯାଉଥିଲା ମୁଣ୍ଡ ବି ତାର ବଡ଼ଥିଲା, ଆଲୁଅ କମ ଥିବାରୁ ସ୍ପଷ୍ଟ ଦେଖାଗଲା ନାହିଁ, କିନ୍ତୁ କୁକୁର ଭୁକିବାରୁ ବିଲମାଳ ଆଡ଼େ ଚାଲିଗଲା ବୋଲି ସେ କହିଛନ୍ତି ।

yuvodaya
Leave A Reply

Your email address will not be published.