ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନୃସିଂହନାଥ ସ୍ଥିତ ପାଇକମାଲ ଠାରେ ଥିବା ଲିଟିଲ ବଡି ଇଣ୍ଟରନ୍ୟାସନାଲ ପ୍ରି ସ୍କୁଲରେ ଗତ ଏପ୍ରିଲ ୭ ତାରିଖରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏସ୍ଏସ୍ଏନ୍ ଆୟୁର୍ବେଦ କଲେଜର ଶିଶୁ ବିଶେଷଜ୍ଞ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସୁସ୍ଥ ଖାଦ୍ୟ ଏବଂ ପୃଷ୍ଟିସାର ବିଷୟରେ ଜାଗ୍ରତ କରିଥିଲେ । ଏପରିକି ଅଭିଭାବକମାନଙ୍କ ମଧ୍ୟରେ ସର୍ବୋତ୍ତମ ଘରେ ତିଆରି ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଡିଷ୍ଟ୍ରି ଉପରେ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଷ୍ଟାଫ୍ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Next Post