jsm

ସାଇଟ କଲେଜରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ ନର୍ସିଂ କଲେଜ ସଭା ଗୃହରେ ରାମଜୀ ଯୁବକ ସଂଘ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ଭୀମ ଭୋଇ ମେଡିକାଲ କଲେଜର ଆନେସ୍ଥେସିଆ ବିଭାଗର ଡା. ମନମୋହନ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଓ ଅଧ୍ୟକ୍ଷା ସ୍ନିଗଧା ମୀନତି ଦାନୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ନିଜ ସ୍ୱାସ୍ଥ୍ୟକୁ ଠିକ ରଖି ସମସ୍ତଙ୍କ ସ୍ୱାସ୍ଥ୍ୟ କିପରି ଠିକ୍‌ ରହିବ ତାକୁ ଆଖି ଆଗରେ ରଖି ପରିଷ୍କାର ପରିଚ୍ଛନ୍ନତା ତଥା ପରିବେଶ ସୁରକ୍ଷା ରଖିବା ପାଇଁ ମତପ୍ରକାଶ ପାଇଥିଲା । ବର୍ଜ୍ୟବସ୍ତୁ ପରିଚାଳନା ଉପରେ ମୁଖ୍ୟ ଅତିଥି ଡା. ବାଗ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସଭାକୁ ପ୍ରଜ୍ଞାପରମିତା ଚାନ୍ଦ ପରିଚାଳନା କରୁଥିବା ବେଳେ ସହ-ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅଧ୍ୟାପିକା ଲକ୍ଷ୍ମୀ ମେହେରଙ୍କ ନିର୍ଦ୍ଦେଶନାରେ ସ୍ୱାସ୍ଥ୍ୟ ସଚେତନ ଉପରେ ପର୍ଯ୍ୟବେସିତ ଏକ ନାଟକ ନର୍ସିଂ ଛାତ୍ରୀ ପ୍ରଜ୍ଞା ପଧାନ, ପଙ୍କଜିନୀ ବାରିକ, ମଧୁସ୍ମିତା ମାଝି, ଭାରତୀ ବିଭାର, ପ୍ରୀତି ମହାନନ୍ଦ, ସ୍ମୃତି ଛତ୍ରିଆ, ଜୁଲିଆନ ନାଗ, ଦୀପା ଦୀପ, ମିତାଳୀ ଜେନା, କିଶୋରୀ ମହାନନ୍ଦ, ଅର୍ପିତା ସା, ନେହା ମାଝି, ମାନସୀ ମଲ୍ଲିକ, ସ୍ୱିଟି ରାଉତ, ସଂଜନା ମିଶ୍ର, ମହମ୍ମଦ କାଜିମ ପ୍ରମୁଖ ସୁନ୍ଦର ଭାବରେ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.