ଭେଉଁରିଆରେ ସିରଜିନା ମହୋତ୍ସବ ଅନୁଷ୍ଠିତ

  • ସାମାଜିକ ସୁସ୍ଥତା ପାଇଁ ନାଟକ ସାହିତ୍ୟ ଅନିବାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନାଟକ ଓ ସାହିତ୍ୟ ମଣିଷ ମନକୁ ଗଭୀର ଭାବରେ ପ୍ରଭାବିତ କରିଥାଏ । ଫଳରେ ସାମାଜିକ ସୁସ୍ଥତା ପାଇଁ ଏହି ଧାରା ଅନିବାର୍ଯ୍ୟ ଅଟେ ବୋଲି ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ କଲାଗ୍ରାମ ଭେଉଁରିଆ ଠାରେ ଅନୁଷ୍ଠିତ ସିରଜିନା ମହୋତ୍ସବରେ ମତ ପ୍ରକାଶ ପାଇଛି । ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ପଦ୍ମପୁର ପକ୍ଷରୁ ୩୨ ତମ ସିରଜିନା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି, କଳାକାର, ସାହିତ୍ୟକମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ନୃସିଂହ ମହାପ୍ରଭୁ ଓ ମା’ ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ୩ ତାରିଖ ସନ୍ଧ୍ୟାରେ ପ୍ରଥମେ ଶିଶୁ ନାଟକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଆୟୋଜକ ରାଜେନ୍ଦ୍ର ମହାନ୍ତିଙ୍କ ପରିଚାଳନାରେ ବ୍ୟଙ୍ଗକବି ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଜୟକୁମାର ସାହୁ, ଉପସଭାପତି ଆନନ୍ଦ ବେହେରା ଏବଂ ଅବସର ଶିକ୍ଷକ କୋକିଳ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଉଦଘାଟନ କରିଥିଲେ । ଏହାପରେ ଖଇରପାଲି ଉଚ୍ଚ ବିଦ୍ୟାଳୟ ଅତାବିରାର ନାଟକ “ବଉଁଶ ବୁଡା” ଚର୍ଦାପାଲି ଉଚ୍ଚ ବିଦ୍ୟାଳୟର “ଯାର ଧାନକେ ତାର ମୁରହି” ଖୁଜେନ୍ ପ୍ରାଥମିକ ବିଦ୍ୟାଳୟର “ଧର୍ମ ପଦ” ନାଟକ ଓ ଲୁହାସିଂହା ଉଚ୍ଚ ବିଦ୍ୟାଳୟ ନାଟକ “ଏକ ନଦୀର କଥା” ପରିବେଷିତ ହୋଇଥିଲା । ନାଟକଗୁଡିକ ଉଚ୍ଚକୋଟୀର ପରିବେଷଣ ଯୋଗୁଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ନାଟ୍ୟକାର ରାଜକୁମାର ସାହୁ ଓ ବିଶ୍ଵନାଥ ସେଠ୍ ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ । ବାବୁଲୁ କୁମ୍ଭାର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଦ୍ଵିତୀୟ ଦିନର ପ୍ରଥମ ପର୍ଯ୍ୟାୟରେ କବିତା ପାଠକୁ ଉଦ୍‌ଘାଟନ କରିଥିଲେ ନାଟ୍ୟକାର କେଶ ରଞ୍ଜନ ପ୍ରଧାନ ଓ ଆଶୋକ କୁମାର ବହିଦାର । ଅବସର ପ୍ରାପ୍ତ ଶିକ୍ଷକ ଶେଷଦେବ ମେହେରଙ୍କ ପୌରୋହିତ୍ୟ ଓ କବି ତରଣୀ ସାହୁଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା । କବି ତେଜରୁ ବାରିକ୍, ମେଶ ପ୍ରଧାନ, ବେଣୁଧର ସାହୁ, ସଂଯୁକ୍ତା ସାହୁ, ସ୍ୱର୍ଣ୍ଣକାନ୍ତି ସାହୁ, ତନ୍ମୟ ମିଶ୍ର, ଜୀବନମଣି ମେହେରଙ୍କ ସମେତ ବହୁ ସଂଖ୍ୟାରେ କବିମାନେ କବିତା ପାଠ କରିଥିଲେ । ସଂସଦର ସଭାପତି ଆଦିତ୍ୟ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସନ୍ଧ୍ୟା ଅଧିବେସନରେ ବିଶିଷ୍ଟ ସାମାଜିକ କର୍ମୀ ତଥା ସାମ୍ବାଦିକ ପରମାନନ୍ଦ ମିଶ୍ର ମୁଖ୍ୟ ଅତିଥି, ବ୍ୟଙ୍ଗକବି ମନୋରଞ୍ଜନ ସାହୁ ସମ୍ମାନିତ ଅତିଥି, ଅଧ୍ୟାପକ ସୁଶାନ୍ତ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ସଂପାଦକ ରାଜେନ୍ଦ୍ର ମହାନ୍ତି ପ୍ରାରମ୍ଭିକ ସୂଚନା ତଥା ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ଚଳିତ ବର୍ଷ ବିଶିଷ୍ଟ ଲେଖକ ତଥା ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କୁ ଅନୁଷ୍ଠାନର ମର୍ଯ୍ୟାଦାଜନକ “ସିର୍ଜିନା ସମ୍ମାନ” ପ୍ରଦାନ କରାଯାଇଥିଲା । ଏହା ସହିତ କବିତା ପାଇଁ ଗୁଣ ସାଗର ସାହୁ, ଗଳ୍ପରେ ନରେନ୍ଦ୍ର ମହାନ୍ତି, ପ୍ରବନ୍ଧରେ ପ୍ରଫୁଲ୍ଲ ପାଣିଗ୍ରାହୀ, ଅଭିନୟରେ ସୁବ୍ରତ ପଟ୍ଟନାୟକ ଓ ମାନସ ସାହୁ, ସୁରେଶ ଚୌହାନଙ୍କୁ ପ୍ରବୃଦ୍ଧ ସମ୍ମାନ, ନୂଆ ମୁଁହ ସମ୍ମାନରେ ସଦାନନ୍ଦ ମେହେର, ଶିକ୍ଷା ସମ୍ମାନ ପଣ୍ଡୁ ପ୍ରଧାନ, ଭକ୍ତି ସମ୍ମାନ ରମେଶ ଦାଶ, ସାହିତ୍ୟ ସେବାରେ ଗୌରାଙ୍ଗ ପାଣ୍ଡେ, ଶ୍ରେଷ୍ଠ ସାହିତ୍ୟ ସଂସ୍କୃତି ଅନୁଷ୍ଠାନରେ ଦହନା ସାହିତ୍ୟ ଅନୁଷ୍ଠାନ କଟାପାଲି, ଦହିତା ରାମଲୀଳା ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ଶିବ ସୁନା, ଶୁଭମ୍ ଘିବେଲା, ବଟ କୃଷ୍ଣ ସାହୁ, ଝସକେତନ ମେହେର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ନାଟ୍ୟକାର ଦୈତାରୀ ବିଶ୍ଵାଳ, ଶ୍ରେଷ୍ଠ ନିର୍ଦ୍ଦେଶକ ବିଦେଶୀ ସାହୁ, ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଉପସଭାପତି ଆନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସଂଯୋଜକ ଦେବେନ୍ଦ୍ର ତ୍ରିପାଠୀ ଓ ନିରଞ୍ଜନ ପଟେଲ, ସଂଜୀବ ବହିଦାର, ସନାତନ ବାରିକ, କୁଞ୍ଜ ବିହାରି ସରାଫ, କିଶୋର ପାତ୍ର, ଦେବେନ୍ଦ୍ର ତ୍ରିପାଠୀ, ଅଶ୍ଵିନୀ ପଟେଲ, ନିରଞ୍ଜନ ପଟେଲ, ବିଦ୍ୟାଧର ଦାଶ, କୈଲାସିନୀ ପଟେଲ, ବର୍ଷା ମେହେର, ସଂଯୁକ୍ତା ସାହୁ, ଅନିତା ସାହୁ, ସୁଶାନ୍ତ ମହାପାତ୍ର, ନିକି ପଟେଲ, ସ୍ୱର୍ଣ୍ଣ କାନ୍ତି ପତି, ସୋନିଆ ପଟେଲ ସମେତ ସଂସଦର କର୍ମକର୍ତ୍ତା ଓ ଭେଉଁରିଆ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.