ସୀତାଙ୍କ ହରଣ ଜଟାୟୁ ମରଣ

  • ରାବଣ ଭୂମିକାରେ ପଂଚମ ବର୍ଷ ଅଭିନୟ କଲେ ଡା. ରୁଦ୍ର ପଟେଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବପୁରାତନ ରାମଲୀଳା ନାଟକ ମହୋତ୍ସବ ବଲାଙ୍ଗିର ସହରର ଜଗନ୍ନାଥପଡାରେ ରାମଜୀ ନାଟକ ସଂସଦ ଦ୍ୱାରା ବୈଶ୍ୟ ସଦାଶିବ ରଚିତ ନାଟକ ନବମ ଦିନରେ ଆୟୋଜିତ ହୋଇଯାଇଛି । ସୀତାଙ୍କ ହରଣ, ଜଟାଣୁ ମରଣ ବେଶ ମନଛୁଇଁ ଥଲା । ମାୟା ମିରିଗ, ଜଟି ରାବଣ, ରାବଣ ଅଭିନୟରେ ଡା. ରୁଦ୍ର ନାରାୟଣ ପଟେଲ ଲୋକଙ୍କ ମନରେ ବେଶ ମନ ଛୁଇଁଥିଲେ । ଛୟ ନୃତ୍ୟ ତାଳେ ତାଳେ ନୃତ୍ୟ ବାଦ୍ୟ ଶୈଳୀରେ ସୀତା ଚୋରି ହୋଇଥିଲା । ଏହି ଉଦ୍ଦେଶ୍ୟରେ ଦର୍ଶକଙ୍କ ଭିଡ ଜମିଥିଲା । ପାରଂପାରିକ ପାଟଣା ଶାସନ ସମୟର କାଠମୁଖାରେ ସ୍ଥାନୀୟ କଳାକାର ମାନେ ଦେବତା ଓ ରାକ୍ଷାସ ମୁଖାରେ ଅଭିନୟ କରୁଥିଲେ । ମାରିଚ ମାୟାମିରିଗ ରୂପ ନେଇଥିଲା । ରାବଣ ଜତି ରାବଣ ରୂପ ଧାରଣ କରି ସୀତାଙ୍କୁ ଭିକ୍ଷା ମାଗିଥିଲା । ସୁର୍ପଣଖା ଭୂମିକାରେ ଚୈତନ୍ୟ ମଟାରୀ ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଅଭିନୟ କରି ଲୋକଙ୍କ ହୃଦୟ ଛୁଇଁଛନ୍ତି । ରାମ ଭୂମିକାରେ ସୈଳିନ ବାବୁ, ଲକ୍ଷ୍ମଣ ଭୂମିକାରେ ଆନନ୍ଦ ମିଶ୍ର, ସୀତା ଭୂମିକାରେ ମାନସ ସାହୁ ଓ ଜତି ରାବଣ ଭୂମିକାରେ କୁମୁଦ ରଂଜନ ନାଏକ ଅଭିନୟ କରିଥିଲେ ।

Leave A Reply

Your email address will not be published.