ମାରୱାଡି ଯୁବା ମଂଚ ବଲାଙ୍ଗିର ଶାଖାର ଶପଥ ଗ୍ରହଣ ସମାରୋହ ଭବ୍ୟତାର ସହିତ ସମ୍ପନ୍ନ

  • ମୁକେଶ ସଭାପତି, ଶୁଭମ ସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରୱାଡି ଯୁବା ମଂଚ ବଲାଙ୍ଗିର ଶାଖା ପକ୍ଷରୁ ମାରୱାଡିି ସେବା ସଦନ ରେ ଆୟୋଜିତ ଶପଥ ଗ୍ରହଣ ସମାରୋହ ୨୦୨୬ ବହୁତ ହର୍ଷୋଲ୍ଲାସ, ଉତ୍ସାହ ଓ ସାମାଜିକ ଏକତାର ମାହୋଲରେ ସଫଳତାର ସହ ଶେଷ ହୋଇଛି । ଏହି ଅବସରରେ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ, ବୃଦ୍ଧଜନ, ମାତୃଶକ୍ତି, ନାରୀଶକ୍ତି, ଯୁବା ମଂଚର ପୂର୍ବତନ ଅଧ୍ୟକ୍ଷମାନେ ଓ ବହୁସଂଖ୍ୟାରେ ଯୁବ ସଦସ୍ୟମାନଙ୍କର ଉପସ୍ଥିତି ଦେଖିବାକୁ ମିଳିଥିଲା । ଏହି ସମାରୋହରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ପୂର୍ବତନ ପ୍ରାନ୍ତୀୟ ଅଧ୍ୟକ୍ଷ ନକୁଳ ଅଗ୍ରୱାଲ ଓ ବର୍ତ୍ତମାନ ପ୍ରାନ୍ତୀୟ କୋଷାଧ୍ୟକ୍ଷ ସିଏ ନରେନ୍ଦ୍ର ଜୈନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ସମ୍ବଲପୁରରୁ ଆସିଥିବା ଓଡିଶା ପ୍ରାନ୍ତୀୟ ମାରୱାଡି ଯୁବ ମଂଚର ନିବର୍ତ୍ତମାନ ଅଧ୍ୟକ୍ଷ ପରାଗ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ମଂଚାସୀନ ହୋଇଥିଲେ । କାର୍ଯ୍ୟକ୍ରମର ଆରମ୍ଭ ମାରୱାଡି ସମାଜର ଶିଶୁମାନଙ୍କ ଦ୍ୱାରା ପ୍ରଦର୍ଶିତ ମନମୋହକ ଓ ଆକର୍ଷଣୀୟ ନୃତ୍ୟ ଅନୁଷ୍ଠାନ ସହିତ ହୋଇଥିଲା ଯାହା ସମସ୍ତ ଅତିଥି ଓ ଦର୍ଶକମାନଙ୍କୁ ମନୋହର କରିଥିଲା । ଦୀପ ପ୍ରଜ୍ୱଳନ ମାଧ୍ୟମରେ ଅନୁଷ୍ଠାନର ଶୁଭାରମ୍ଭ କରାଯାଇଥିଲା । ଶାଖାର ନିବର୍ତ୍ତମାନ ଅଧ୍ୟକ୍ଷ ନିଲେଶ କୁମାର ଅଗ୍ରୱାଲ ତାଙ୍କର ଏକ ବର୍ଷର କାର୍ଯ୍ୟକାଳର ବିସ୍ତୃତ ପ୍ରତିବେଦନ ପ୍ରଦାନ କରିଥିଲେ । ସେ ସମୟରେ କରାଯାଇଥିବା ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରି ସମସ୍ତ ଯୁବ ସଦସ୍ୟଙ୍କର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଉତକୃଷ୍ଟ କାର୍ଯ୍ୟ କରିଥିବା ଯୁବ ସଦସ୍ୟମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲେ । ସମାରୋହର ମୁଖ୍ୟ ଆକର୍ଷଣ ଭାବେ ଶପଥ ଗ୍ରହଣ ଆୟୋଜିତ ହୋଇଥିଲା । ଏଥିରେ ସିଏ ମୁକେଶ ଅଗ୍ରୱାଲ ମୁଖ୍ୟ ଅତିଥି ପରାଗ ଅଗ୍ରୱାଲଙ୍କ ଦ୍ୱାରା ଅଧ୍ୟକ୍ଷ ପଦର ଶପଥ ପ୍ରଦାନ କରାଯାଇଥିଲେ । ଏହିପରି ତାଙ୍କର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ଅଖିଳ ଭାରତୀୟ ମାରୱାଡି ଯୁବା ମଂଚର ନିବର୍ତ୍ତମାନ ଜାତୀୟ ଉପାଧ୍ୟକ୍ଷ ସିଏ ଦୀପକ ଛାପଡିଆଙ୍କ ଦ୍ୱାରା ଶପଥ ଦିଆଯାଇଥିଲା । ଶପଥ ପାଠ ପରେ ମାରୱାଡି ଯୁବ ମଂଚ ପକ୍ଷରୁ ୨ଲକ୍ଷ ଟଙ୍କାର ଅର୍ଥ ରାଶି ନିଲେଶ କୁମାର ଅଗ୍ରୱାଲ ଓ ସିଏ ମୁକେଶ ଅଗ୍ରୱାଲଙ୍କ ହସ୍ତେ ସେବା ସଦନ ସମିତିରର ପଦାଧିକାରୀମାନଙ୍କୁ ଅର୍ପଣ କରାଯାଇଥିଲା । ଯାହା ସମାଜ ସେବା ପ୍ରତି ସଂଗଠନ ଅତୁଟ ନିଷ୍ଠାକୁ ପ୍ରକାଶ କରିଥିଲା । ନବନିର୍ବାଚିତ ଯୁବ ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ତାଙ୍କ ଉଦ୍‌ବୋଧନରେ ସମାଜ ପ୍ରତି ନିଜର ସମର୍ପଣ ଭାବକୁ ପ୍ରକାଶ କରିଥିଲେ । ସେ ତାଙ୍କ କାର୍ଯ୍ୟକାଳରେ ଅଧିକରୁ ଅଧିକ ସାମାଜିକ ଓ ସବେମୂଳକ କାର୍ଯ୍ୟ କରିବା ସହିତ ଯୁବ ମଂଚକୁ ନୂଆ ଉଚ୍ଚତାରେ ପହଂଚାଇବାର ଦୃଢ ସଂକଳ୍ପ ବ୍ୟକ୍ତ କରିଥିଲେ । ସମାରୋହରେ ଯୁବଶକ୍ତି, ରାଷ୍ଟ୍ରଶକ୍ତି ନାରାରେ ସମଗ୍ର ପରିବେଶ ଦେଶଭକ୍ତି ଓ ଉତ୍ସାହରେ ମୁହଁରିତ ହୋଇଯାଇଥିଲା । ଶେଷରେ ଧନ୍ୟବାଦ ଜ୍ଞାପନ ସହିତ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।

Leave A Reply

Your email address will not be published.