ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ନାମରେ ଖ୍ୟାତ ଥିବା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁର ଠାରେ ଅବସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଶନିବାର ସାନ୍ଧ୍ୟ ରଜନୀରେ ସମାହିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟା ମନ୍ଦିରର ନବନିର୍ମିତ କୋଠାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ବିଶ୍ଵାଳ ସଭା ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବେ ହୁମ୍ମା ସଲ୍ଟ କଲେଜ ଅଧ୍ୟକ୍ଷ ନିରଞ୍ଜନ ରଥ ଯୋଗଦାନ କରି ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା ଓ ଦେଶପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ଚରିତ୍ରବାନ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆୟୋଜିତ ସଭା ମଞ୍ଚରେ ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସିମ୍ ଇଣ୍ଡଷ୍ଟ୍ରି ଲିମିଟେଡର ମୁଖ୍ୟ ପରିଚାଳକ ଅଜୟ ଗୁପ୍ତା, ମାନବ ସମ୍ବଳ ବିଭାଗ ମୁଖ୍ୟ ନୀରଜ ପଟ୍ଟନାୟକ, ଆଡ ଲାଇଫ ହସ୍ପିଟାଲ, ବ୍ରହ୍ମପୁରର ପ୍ରତିଷ୍ଠାତା ଡାକ୍ତର ଶ୍ରୀମତୀ ଦୀପିକା ପାଢ଼ୀ, ବ୍ରହ୍ମପୁର ସମ୍ ହସ୍ପିଟାଲ୍ ହୃଦରୋଗ ବିଶେଷଜ୍ଞ ଡାକ୍ତର ବଦ୍ରୀ ଦଣ୍ଡପାଣି, ଛତ୍ରପୁରସ୍ଥ ଅନସ୍ଲୋ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ରାମଗଡ଼ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ବେହେରା, ସମାଜସେବୀ ତଥା ରାମଚଣ୍ଡୀ ମନ୍ଦିର କମିଟି ସଂଯୋଜକ କମଳ ପଣ୍ଡା (ଛତ୍ରପୁର), ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାମନ୍ଦିର ମୁଖପତ୍ର “ନରେନ୍ -୨୦୨୬” ଅତିଥୀଗଣଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ସଭାର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଶ୍ରୀଜଗନ୍ନାଥ ଓ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମଟି ଶୁଭାରମ୍ଭ ହୋଇଥିଲା । ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସମାଜ ଓ ବିଦ୍ୟାଳୟ ଉନ୍ନତି ସକାଶେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷ୍ୟ ଯଥା ପ୍ରଧାନଶିକ୍ଷକ ମନ୍ମଥ ନାହାକ, ଜଗନ୍ନାଥ ଚିତ୍ରଶିଳ୍ପୀ ସୁଦାମ ମହାରଣା, ଚାଷୀ ଶ୍ରୀଭାସ ସାହୁ, ଦନ୍ତପୁର ଗବେଷକ ଅଶୋକ କୁମାର ସାହୁ ଓ ବିଦ୍ୟାଳୟସ୍ତରରେ କରାଯାଇଥିବା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ସମାଜସେବୀ ତଥା ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍ ଚିତ୍ତାକର୍ଷକ ଥିଲା । ଉଭୟ କାର୍ଯ୍ୟକ୍ରମକୁ ରେଷ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତି ସୁନ୍ଦର ସିୟ ସୁନ୍ଦର ଭାବେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିବ୍ୟ ଭାସ୍କର ପଣ୍ଡା, ତ୍ରିଲୋଚନ ଜେନା, ଦେବାଶିଷ ବେହେରା, ରଞ୍ଜନ ନାହାକ, ଶ୍ରୀମତୀ ସସ୍ମିତା ମହାରଥୀଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ଓ ବିଦ୍ୟାଳୟ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.