ସୁନିତା ଜୟପୁରିଆଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ମା’ ସମଲେଶ୍ଵରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ତଥା ତ୍ରିଶକ୍ତି କ୍ଲଷ୍ଟରର ସମ୍ପାଦିକା ସୁନିତା ଜୟପୁରିଆଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୁନିତାଙ୍କ ବିୟୋଗରେ ସେକ୍ଟର ୭ ସ୍ଥିତ ନାୟିକା ରାଉରକେଲା ଅନୁଷ୍ଠାନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ନାୟିକା ରାଉରକେଲାର ସମ୍ପାଦିକା କନକଲତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅରୁନ୍ଧତୀ, କଲ୍ୟାଣୀ, ନମିତା, ସନ୍ଧ୍ୟା, ଶାନ୍ତିଲତା, ରୁନୁ, ସୁକାନ୍ତୀ,ସୋମା, ମଣ୍ଡଳଙ୍କ ଜୟନ୍ତୀ, ରାଜଶ୍ରୀ, ରଶ୍ମି ପ୍ରମୁଖ ଶୋକ ବାର୍ତ୍ତା ସହ ବକ୍ତବ୍ୟ ରଖିଥିଲେ । ସୂଚନାଯୋଗ୍ୟ ଯେ, ସେକ୍ଟର ୬ ସି ବ୍ଲକରେ ରହୁଥିବା ସୁନିତାଙ୍କ ସ୍ୱାମୀ ଜଣେ ଆଇନଜୀବୀ । ସୁନିତା ଓ ତାଙ୍କ ସ୍ୱାମୀ ନିଜ ଗାଁକୁ ଯାଇ ସେଠାରୁ ଫେରି, ତାଙ୍କ ପୁଅ ଯିଏ ବୁର୍ଲାରେ ମେଡ଼ିକାଲରେ ପଢ଼ନ୍ତି ତାକୁ ଦେଖାକରି ଫେରିବାବେଳେ ରାଜଗାଙ୍ଗପୁର ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘଟଣାସ୍ଥଳରେ ସୁନିତା ମୃତ୍ୟୁ ବରଣ କରିଥିଲାବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୁନିତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.