ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦୀନବନ୍ଧୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୋଟିଏ ହାଇୱା ଗାଡି ରାସ୍ତାରେ ଠିଆ ହୋଇଥିବା ବେଳେ ପଛପଟୁ ଆସୁଥିବା ଗୋଟିଏ ପଲସର ବାଇକ ହଠାତ୍ ଭାରସାମ୍ୟ ହରାଇ ଜୋରଦାର ଭାବେ ଧକ୍କା ଦେଇଥିଲା । ଏହି ଭୟାବହ ଧକ୍କାରେ ବାଇକ ଚାଳକ ଗୁରୁତର ଆହତ ହୋଇ ଘଟଣାସ୍ଥଳରେହିଁ ପ୍ରାଣ ହରାଇଥିଲେ । ତାଙ୍କ ସହ ବାଇକରେ ବସିଥିବା ଅନ୍ୟ ଜଣକ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତବ୍ୟକ୍ତି ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ବଡ଼ଗୁର୍ଜିଭଟା ଗ୍ରାମର ହୃଷୀ ମାଝୀ ବୟସ (୪୦) ହୋଇଥିବା ବେଳେ ଗୁରରୁତର ବ୍ୟକ୍ତିଙ୍କ ନାମ ଶିରିଶ ସାହୁ (୪୦) ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ହାଇୱା ଚାଳକ ନିଜେ ଥାନାରେ ସରେଣ୍ଡର କରିଥିବା ବେଳେ ଖବର ପାଇ ଖପ୍ରାଖୋଲ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଆହତଙ୍କୁ ଡାକ୍କ୍ତରଖାନା ନିଆଯାଇଥିବା ସୂଚନା ମିଳିଛି । ତେବେ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଅକସ୍ମାତ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ସ୍ଥାନୀୟ ଲୋକମାନେ ସଡ଼କ ସୁରକ୍ଷା ନେଇ ପୁନର୍ବାର ପ୍ରଶ୍ନ ଉଠାଇଛନ୍ତି ।