କୈବର୍ତ୍ତ ମହାସଭାର ଚୈତ୍ର ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ରାଉରକେଲା ଶାଖାର ଚୈତ୍ର ମହୋତ୍ସବ ସେକ୍ଟର ୭ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଲଙ୍ଗୁଳୀ ଚରଣ ତରାଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଚନ୍ଦ୍ରମଣି ମାଝୀ ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ମୁଖ୍ୟବକ୍ତା ଭାବେ ରଘୁନାଥପାଲି ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଶ୍ରୀ ତରାଇ ଚୈତ୍ର ମହୋତ୍ସବର ମାହାତ୍ମ୍ୟ, ଉତ୍ସବର ମହତ୍ତ୍ୱ ଓ ପୌରାଣିକ ତଥ୍ୟ ଉପରେ ଆଲୋଚନା କରିଥିଲେ । ଉପସଭାପତି ପ୍ରଶାନ୍ତ କୁମାର ତରାଇ ସମସ୍ତଙ୍କ ସହଯୋଗ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ କଟକର ଛତିଆ ରଣେଶ୍ୱରପୁରରୁ ଆସିଥିବା ଗାୟକ ସନ୍ତୋଷ କୁମାର ବେହେରା ଓ ସାରଥୀଙ୍କ ଦ୍ୱାରା ଘୋଡାନାଚ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । କୋଷାଧ୍ୟକ୍ଷ ବାବାଜୀ ଚରଣ ବେହେରା, ସଦସ୍ୟ ମଳୟ ନାୟକ, ସନ୍ତୋଷ ତରାଇ, କୈଳାଶ ବେହେରା, ଚିତ୍ତରଞ୍ଜନ ବେହେରା, ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲାବେଳେ ଶେଷରେ ଯୁଗ୍ମ ସମ୍ପାଦକ ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.