କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିକଟସ୍ଥ ଶ୍ରୀ ଶ୍ରୀ ଡଙ୍ଗରବୁଢା ପୁଞ୍ଜି ପଥର ମେଳା ଓ ବତିଶ ପ୍ରହର ନାମଯଜ୍ଞ ବୁଧବାର ଦିନ ଉଦଯାପିତ ହୋଇଯାଇଛି । ସପ୍ତାହ ବ୍ୟାପି ଚାଲିଥିବା ମେଳା ଓ ନାମଯଜ୍ଞ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି । ମନ୍ଦିର ପରିସରରେ ମୀନା ବଜାର, ବିଭିନ୍ନ ଦୋକାନ ବଜାର ସହ ରାତିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ଡଙ୍ଗରବୁଢା ପୁଞ୍ଜି ପଥର ମେଳା ଚଳିତ ବର୍ଷ ୪୮ବର୍ଷରେ ପଦାର୍ପଣ କରିଥିଲା । ମେଳାରେ ଜନ ସମାଗମର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସ୍ଥାନୀୟ କଣ୍ଡାବାଞ୍ଜି ଥାନା ତରଫରୁ ଏକ ଅସ୍ଥାୟୀ ପୋଲିସ ଫାଣ୍ଡି ଖୋଲାଯାଇଥିଲା । ଏପରିକି ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ସଚେତନତା ପାଇଁ ସରକାରୀ ଷ୍ଟଲ ମଧ୍ୟ ରହିଥିଲା ।
Next Post