ହାର୍ଡୱେର ଦୋକାନରେ ଭୟାବହ ଅଗ୍ନିକା‌ଣ୍ଡ

ନର୍ଲା : ଗତକାଲି ସନ୍ଧ୍ୟାରେ ନର୍ଲା ବସଷ୍ଟାଣ୍ଡ ନିକଟସ୍ଥ ହନୁମାନ ଏଣ୍ଟରପ୍ରାଇଜେସ ଇଲେକ୍ଟ୍ରୋନିକ ଓ ହାର୍ଡୱେର ଦୋକାନରେ ଭୟାବହ ଅଗ୍ନିକା‌ଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥିରେ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ସଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଦୋକାନ ମାଲିକ ଜଣାଇଛନ୍ତି । ଦୋକାନଟି ରୋହନ ଖେତାନଙ୍କର ବୋଲି ଜଣାପଡିଛି । ନିଆଁ ଲାଗିବା ସମୟରେ ଉପସ୍ଥିତ ଗ୍ରାହକ ଭଗବାନ ଗଉଡ ଓ ଦୋକାନ ମାଲିକ ଅଳ୍ପକେ ବର୍ତ୍ତିଛନ୍ତି । ନର୍ଲା ଓ ମ.ରାମପୁର ଦମକଳ ବାହିନୀର କର୍ମଚାରୀ ୨ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିବା ନର୍ଲା ଅଗ୍ନିଶମ ନିର୍ବାହୀ ଅଧିକାରୀ ତରଣୀସେନ ମିର୍ଦ୍ଧା ଜଣାଇଛନ୍ତି ।

Leave A Reply

Your email address will not be published.