ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲେ ବିଧାୟକ ଇଂ. ରଘୁନାଥ ଜଗଦଲା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ଜିଲ୍ଲାର ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା । ବୁଧବାର ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଯୋଜନା ବୋର୍ଡର ଅଧ୍ୟକ୍ଷ ଅଧ୍ୟକ୍ଷା ନିଯୁକ୍ତ କରିଥିବା ବେଳେ ସେହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ତଥା ଲୋକଙ୍କ ପାଇଁ ତଥା ଜିଲ୍ଲାର ବିକାଶ ଓ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ସୁଚାରୁ ରୂପେ ପ୍ରଣୟନ ଓ ସମ୍ପାଦନ ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ରାଜ୍ୟ ସରକାର ବିଧାୟକ ଇଂ. ଶ୍ରୀ ଜଗଦଲାଙ୍କୁ ମୋନାନୀତ କରିଛନ୍ତି । ବିଧାୟକ ଇଂ. ଜଗଦଲା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିବାରୁ ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ଆହୁରି ଆଗକୁ ଯିବ ବୋଲି ସହର ତଥା ଜିଲ୍ଲାବାସୀ ମାନଙ୍କ ମଧ୍ୟରେ ଆଶା ଉଜ୍ୱଳିତ ହୋଇଥିବା ବେଳେ ଶ୍ରୀ ଜଗଦଲାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.