ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଲାଗୁ ପାଇଁ ସରକାରଙ୍କ ବିଜ୍ଞପ୍ତି ବିରୋଧରେ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ କଳା ଦିବସ ପାଳନ ଓ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର କୋଟି କୋଟି ଶ୍ରମିକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପୁଂଜିପତି ଓ କର୍ପୋରେଟ ମାଲିକ ମାନଙ୍କ ସ୍ଵାର୍ଥର ସୁରକ୍ଷା କରିବାକୁ ଯାଇ ମୋଦି ସରକାର ଦେଶର ସମସ୍ତ ଶ୍ରମ ଆଇନକୁ ରଦ୍ଦ କରି ରିଫର୍ମ ନାମରେ ୪ଟି ଶ୍ରମ କୋର୍ଡ କରିବା ପାଇଁ ପାର୍ଲିଆମେଣ୍ଟରେ ସରକାର ଆଇନ କରିଥିଲେ ଯାହାକୁ ଦୀର୍ଘ ଦିନ ଧରି ଦେଶର ଶ୍ରମିକ ଶ୍ରେଣୀ ଓ ଟ୍ରେଡ ୟୁନିୟନମାନେ ଲଗାତାର ବିରୋଧ କରି ଆସୁଛନ୍ତି । ଏହି ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବିର ଗତ ଫେବୃଆରୀ ୧୨ ତାରିଖ ଦେଶରେ ପ୍ରଥମ ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସମସ୍ତ ସ୍ଵାଧୀନ କର୍ମଚାରୀ ଫେଡେରେସନମାନେ ଦେଶବ୍ୟାପୀ ୨୪ ଘଣ୍ଟିଆ ସାଧାରଣ ଧର୍ମଘଟ ଓ ହରତାଳର ଡାକରା ଦେଇଥିଲେ ଯେଉଁଥିରେ ୩୦ କୋଟି ଦେଶର ଶ୍ରମିକ, କର୍ମଚାରୀ ସାମିଲ ହୋଇଥିଲେ। ବିଭିନ୍ନ ରାଜ୍ୟରେ ଏହି ସାଧାରଣ ଧର୍ମଘଟ ଓ ହରତାଳ ବନ୍ଦର ରୂପ ନେଇଥିଲା, କିନ୍ତୁ ଏ ସମସ୍ତ ପ୍ରତିବାଦ, ଆନ୍ଦୋଳନ ଓ ଧର୍ମଘଟକୁ ମୋଦି ସରକାର ବେଖାତିର କରି ଦେଶର ଶ୍ରମିକ, କର୍ମଚାରୀ ମାନଙ୍କ ସ୍ୱାର୍ଥକୁ ପଦଦଳିତ କରି ନିଜର କର୍ପୋରେଟ ମାଲିକ ମାନଙ୍କ ସ୍ଵାର୍ଥ ପାଇଁ ଆସନ୍ତା ଏପ୍ରିଲ ୧ ତାରିଖ ଦିନ ବିଧିବଦ୍ଧ ଭାବେ ଏହି ଶ୍ରମ କୋର୍ଡକୁ ଲାଗୁ କରିବା ପାଇଁ ନୋଟିଫିକେସନ୍ ଜାରି କରିଛନ୍ତି । ଯାହାକୁ ସମସ୍ତ କେନ୍ଦ୍ରୀୟ ଟ୍ରେଡ ଓ କର୍ମଚାରୀ ଫେଡେରେସନମାନେ ଦୃଢ଼ ବିରୋଧ କରିବା ସହିତ ଉକ୍ତ ଦିନ କଳା ଦିବସ ପାଳନ ପାଇଁ ଆହ୍ୱାନ କରିଛନ୍ତି । ଓଡ଼ିଶାରେ ଉକ୍ତ ଦିନ ପବିତ୍ର ଉତ୍କଳ ଦିବସ ପଡୁଥିବାରୁ ଏପ୍ରିଲ ୨ ତାରିଖ ଏହାକୁ ସଂଗଠିତ କରିବା ପାଇଁ ରାଜ୍ୟସ୍ତରରେ ନିଷ୍ପତ୍ତି ନିଆ ଯାଇଥିଲା ବେଳେ ଆଜି ରାଉରକେଲା ବିଶ୍ରା ଛକ ଠାରେ ମିଳିତ ଟ୍ରେଡ ୟୁନିୟନ ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇଟିୟୁସି, ଏଆଇୟୁଟିୟୁସି, ଏଆଇସିସିଟିୟୁ, ସିୟର ପ୍ରଭୃତି ୟୁନିୟନ ତରଫରୁ ବିକ୍ଷୋଭ ଓ କଳା ଦିବସ ପାଳନ କରାଯାଇଛି । ମିଳିତ ଟ୍ରେଡ ୟୁନିୟନ ନେତା ପ୍ରଶାନ୍ତ ବେହେରା, ଶଶଧର ନାୟକ, ବିମାନ ମାଇତି, ଅଜିତ ନାୟକ, କୈଳାସ ନାୟକ, ହେମନ୍ତ ବେହୁରିଆଙ୍କ ମିଳିତ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ଓ କଳା ଦିବସ କାର୍ଯ୍ୟକ୍ରମରେ ଦିଲୀପ ମହାପାତ୍ର, ଅକ୍ଷୟ କୁମାର ଜେନା, ନିହାର ଦାସ, ପ୍ରମୋଦ ଦାସ, କଳାକାର ସାହୁ, ଦିଗମ୍ବର ମହାନ୍ତି, ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ବି ପି ମହାପାତ୍ର, ଲକ୍ଷ୍ମୀଧର ନାୟକ, ଅଜୟ ଶର୍ମା, ସିଦ୍ଧେଶ୍ୱର ବଳ, ଶ୍ରୀନିବାସ ସେଠୀ, ବିଷ୍ଣୁ ପଣ୍ଡା, ରାଜ କିଶୋର ପ୍ରଧାନ, ରାଜା ମୁନା ଓ ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତା ସୁରେନ୍ଦ୍ର ଦାଶ ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାର ଆଦାନୀ ଓ ଅମ୍ବାନୀ ଭଳି ପୁଞ୍ଜିପତି ଓ କର୍ପୋରେଟ ମାଲିକ ମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଦେଶର ଶ୍ରମିକ ଶ୍ରେଣୀ ଉପରେ ଶ୍ରମ କୋର୍ଡ ଲାଗୁ କରି ଯେଉଁ ଆକ୍ରମଣ କରିଛନ୍ତି ତାହା ବିରୋଧରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ କରିଥିଲେ । ଆଜିର ବିକ୍ଷୋଭ ଓ କଳା ଦିବସ କାର୍ଯ୍ୟକ୍ରମକୁ ସୁରେଶ ପାଣିଗ୍ରାହୀ, ସୁରେଶ କିଷାନ୍, ଆର୍ ଏନ୍ ଭୁକ୍ତା, ପ୍ରଫୁଲ୍ଲ ଦାସ, ଦୁର୍ଗା ଜେନା, ଜନ୍ମଜେୟ ସିଂ, ବିମଳ ବେଉରିଆ, ଉମେଶ ନାୟକ, ପ୍ରଦୀପ ସେଠୀ, ଯଜ୍ଞେଶ୍ଵର ସାହୁ, ବିଶ୍ଵଜିତ ମାଝୀ, ବିନୟ ବେହୁରିଆ, ଅରୁ ଦାସ, ଶିବରାମ ବେହେରା, ରତ୍ନାକର ନାୟକ, ବିଜୟ ସାହୁ, ରଶ୍ମି ମଲିକ୍, ସୁରେଶ ବାରିକ, ବଛିରାମ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.