csstore

ଛନଛଡା ଗାଁରେ ହନୁମାନ ଜୟନ୍ତୀ ଉତ୍ସବ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଛନଛଡା ଗାଁରେ ପବିତ୍ର ହନୁମାନ ଜୟନ୍ତୀ ଉତ୍ସବ ଦୁର୍ଗା ପ୍ରସାଦ ଶର୍ମାଙ୍କ ନେତୃତ୍ୱରେ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଭାତରୁ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଲାଗି ରହିଥିବା ବେଳେ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଭଜନ କୀର୍ତ୍ତନ ମାଧ୍ୟମରେ ପରିବେଶ ଭକ୍ତିମୟ ହୋଇଉଠିଥିଲା । ଗାଁର ଯୁବକ, ଯୁବତୀ ଓ ବୃଦ୍ଧମାନେ ଏକତ୍ରିତ ହୋଇ ଶୋଭାଯାତ୍ରାର ଆୟୋଜନ କରିଥିଲେ । ଯେଉଁଥିରେ ଭଗବାନ ହନୁମାନଙ୍କ ଜୟଧ୍ୱନିରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଯାଇଥିଲା । ମହିଳାମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗଦେଇ ଭଜନ କୀର୍ତ୍ତନରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିମଳ ଶର୍ମା, ଚେତନା ଶର୍ମା, ଉମା ଶଙ୍କର ଶର୍ମା, ଅଜୟ ଶର୍ମା, ଭଜନ ଅଗ୍ରୱାଲ, ଶରତ ଅଗ୍ରୱାଲ, ସୀତା ରାମ ଶର୍ମା, ଗୋବିନ୍ଦ ରାମ ଶର୍ମା, ସଙ୍ଗୀତା ଅଗ୍ରୱାଲ, ଜ୍ୟୋସ୍ନା ଶର୍ମା, ରାଖୀ ଶର୍ମା, ମୀନା ଶର୍ମା, ବିନୀତା ଶର୍ମା, ଆଶା ଅଗ୍ରୱାଲ, ଲକ୍ଷ୍ମୀ ଶର୍ମା, ସୁରେଶ ଶର୍ମା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.