ରାଉରକେଲା, (ସସ୍ମିତା ପ୍ରଧାନ) : ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜଙ୍ଗଲର ସୁରକ୍ଷା ଓ ଅଗ୍ନି ନିବାରଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ଆବାହକତ୍ୱ, ବରିଷ୍ଠ ଶିକ୍ଷିକା ସୁଜାତା ତ୍ରିପାଠୀଙ୍କ ସଭାପତିତ୍ୱ, ବରିଷ୍ଠ ଶିକ୍ଷିକା ନିରୁପମା ପତିଙ୍କର ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବିବେକାନନ୍ଦ ଦାସଙ୍କ ମିଳିତ ଉଦ୍ୟମ ଓ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାରେଣ୍ୟ ଅତିଥି ଭାବେ ଫରେଷ୍ଟର ରିତାଞ୍ଜଳୀ ଶତପଥି, ବିଜୟ କଲେର, ଫରେଷ୍ଟ ଗାର୍ଡ ସଂଗ୍ରାମ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସଭାପତି ଏହି କର୍ମଶାଳାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରଥମେ ଛାତ୍ରଛାତ୍ରୀଗଣ ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରକାରର ଉଦାହରଣ, ନୃତ୍ୟ ଗଳ୍ପ ମାଧ୍ୟମରେ ମୁଖ୍ୟବକ୍ତା, ମୁଖ୍ୟ ଅତିଥି ମତାମତ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷିକା ନିରୁପମା ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ନିବେଦିତା ସାହୁ, ଶକୁନ୍ତଳା ଦାଶ, ସରୋଜ ଜେନା, ମିନତୀ ଖମାରୀ, ପୂଜା ସ୍ୱାଇଁ, ହରିଶଙ୍କର କାମିଲା, ରୀତା ମହାପାତ୍ର, ମମତା ସେନାପତି, ସୁଶାନ୍ତ ରୟ, ସୁରେଖା ନାୟକ, ସାବିତ୍ରୀ, ପ୍ରତିମା, ବନିତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା । ଶିକ୍ଷୟିତ୍ରୀ ମିନତୀ ଖମାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଅତିଥିମାନେ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ବାଳକ, ବାଳିକା ମାନଙ୍କ ଉଦ୍ଦେଶ୍ୟରେ ଭବିଷ୍ୟତ ଜୀବନରେ ଉତ୍ତମ ନାଗରିକ ଭାବରେ ବୃକ୍ଷରୋପଣ ଓ ଜଙ୍ଗଲ ବୃଦ୍ଧି କରି ନିଜର ପରିବେଶକୁ ସବୁଜ ସୁନ୍ଦର କରିବାକୁ ପରାମର୍ଶ ଦେଇଥିଲେ । ସ୍କୁଲ ଛାତ୍ରୀଙ୍କ ସମେତ କଳାକାର ବାପି ପଲାଇ, ରଶ୍ମିତା ଓ ଅଭିପ୍ସା ପ୍ରମୁଖ ଜଙ୍ଗଲ ନିଆଁ ନିବାରଣ ସମ୍ପର୍କରେ ନୃତ୍ୟ ନାଟିକା ପରିବେଷଣ କରିଥିଲେ ।