csstore

ଆଗଲପୁର ହାଇସ୍କୁଲରେ ପୂର୍ବତନ ଛାତ୍ରଙ୍କ ସାଧାରଣ ବୈଠକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ହାଇସ୍କୁଲ ସଭାଗୃହରେ ହାଇସ୍କୁଲର ପୂର୍ବତନ ଛାତ୍ରମାନଙ୍କ ବାର୍ଷିକ ବୈଠକ ସଭାପତି ଯୋଗେନ୍ଦ୍ର ମେହେରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତିଙ୍କ ପ୍ରସ୍ତାବ ମତେ ଗତବର୍ଷର ନିଷ୍ପତି ଅନୁଯାୟୀ ହାଇସ୍କୁଲ୍ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉନ୍ନୀତ ଛ।ତ୍ରମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ଆର୍ଥିକ ପୁରସ୍କୃତ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା ଏବଂ ଚଳିତ ବର୍ଷ ଠାରୁ ଲାଗୁ ହେବ ବୋଲି ନିଷ୍ପତି ଗ୍ରହଣ କରାଗଲା । ଏହା ସହିତ ସଭା ଆରମ୍ଭର ପ୍ରଥମେ ଦିବଂଗତ ଛ।ତ୍ରମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ରାଧାକାନ୍ତ ନାଏକ ଏହି ଅନୁଷ୍ଠାନକୁ ପଞ୍ଜିକରଣ କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ ନାଗରିକ କମିଟି ତରଫରୁ ଶିକ୍ଷାମନ୍ତ୍ରୀ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଂଗଙ୍କ ଜରିଆରେ ଆଗଲପୁର ପଞ୍ଚାୟତ ହାଇସ୍କୁଲର ଉନ୍ନତିକରଣ ତଥା ପୁରୁଣା ବିଲ୍ଡିଂର ମରାମତି ସହିତ ହାଇସ୍କୁଲକୁ ରୂପାନ୍ତରିତ କରିବା ପାଇଁ ଏବଂ ନୋଡାଲ ସ୍କୁଲକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇ ଏକ ଚିଠି ପ୍ରଦାନ କରାଯାଇଛି । ଏହି ସ୍କୁଲର ମରାମତି ପାଇ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ମଧ୍ୟ ଲିଖିତ ଭାବେ ଅନୁରୋଧ କରାଯାଇ ଥିବା ସୂଚନା ମିଳିଛି । ଏଣୁ ପୂର୍ବତନ ଛାତ୍ର ସଭ୍ୟମାନେ ଏହି ସ୍କୁଲର ଆଗାମୀ ଭବିଷ୍ୟତ ପାଇ ସମସ୍ତେ ଧ୍ୟାନ ଦେବେ ବୋଲି ସଭ୍ୟ ରାଧାକାନ୍ତ ନାଏକ ପ୍ରକାଶ କରିଥିଲେ । ସଭ୍ୟ ଜୟନ୍ତ କୁମାର ସିଂହଦେଓ, ଲଳିତ ମୋହନ ତ୍ରିପାଠୀ ଲିଖିତ ଭାବରେ ସମସ୍ତ ପ୍ରକାର ଉନ୍ନତି ପାଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ପଦ୍ମନ ମେହେର, ପୂର୍ଣ୍ଣ ମେହେର, ମଂଶା ସାହୁ, ଦିଲ୍ଲୀପ ପାଠୀ, ହୃଷୀକେଶ ପଧାନ, ଚୂଡ଼ାମଣି ସାହୁ, ସଉଦା କୁଦେଇ, ଅଭୟ ଚନ୍ଦ୍ର ହୋତ। ଓ ସ୍କୁଲ ପ୍ରଧାନ ଶିକ୍ଷକ ମାନସ ଦୋରାଙ୍କ ସହିତ ପ୍ରମୁଖ ଶତାଧିକ ପୂର୍ବତନ ଛ।ତ୍ର ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.