csstore

ଆଗଲପୁରରେ ୩୪ କୁଣ୍ଡିୟ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ତହସିଲ ସଦର ମହକୁମା ସ୍ଥିତ ଭୁଲିଆ ସମାଜ କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ଚଉତିରିଶ ଯୋଡି ଯଜମାନଙ୍କ ଆଗ୍ରହ କ୍ରମେ ୩୪ କୁଣ୍ଡିୟ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆପଡ଼ା ଜିଲ୍ଲା ସ୍ଥିତ ହରିପୁର ଗୁରୁକୁଳର ସଂସ୍ଥାପକ ଆଚାର୍ଯ୍ୟ ଡଃ. ସୁଦର୍ଶନ ଦେବ ଆର୍ଯ୍ୟ ବ୍ରହ୍ମା ଆସନ ଅଳଙ୍କୃତ କରି ସମବେତ ଭକ୍ତଙ୍କୁ ସାମ୍ପ୍ରତିକ ଯୁଗରେ ଗୁରୁକୁଳ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସିଦ୍ଧଗୁରୁ ସାଧନା ଆଶ୍ରମର ସଂସ୍ଥାପକ ସ୍ଵାମୀ ବିଶୁଦ୍ଧାନନ୍ଦ ସରସ୍ଵତୀ, ସଚେତନ ମୁନି, ସୁରେଶ୍ୱର ମୁନି, ସାହେବ ଭୋଇ, ସୁବାସ ସାହୁ, ସ୍ଵାମୀ ଦୀକ୍ଷାନନ୍ଦ, ପୁରୁଷୋତ୍ତମ ମୁନି ପ୍ରମୁଖ ମଞ୍ଚାସୀନ ଥିବାବେଳେ ଆନନ୍ଦ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆଗଲପୁରର ବେଦପ୍ରେମୀ ଡାକ୍ତର ମେହେର, କରୁଣା ମେହେର, ଦଳ ମେହେର, ପ୍ରେମାନନ୍ଦ ମେହେର, ସତ୍ୟ ମେହେର, ମାଧବ ମେହେର ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ପରବର୍ତ୍ତୀ ସମୟରେ ଦୁଇଶହ କୁଣ୍ଡିୟ ଯଜ୍ଞ କରିବାକୁ ଆୟୋଜକ କମିଟି ଆଗ୍ରହ ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.