କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୯୩ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ “ରାମରାଜ୍ୟ ପ୍ରତିଷ୍ଠା ମହୋତ୍ସବ” ତେଲେଙ୍ଗାବଜାର ଗୌରୀଶଙ୍କର ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ପରମ ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଏବଂ ରାଜସୂୟ ଯଜ୍ଞ ଆୟୋଜିତ ହୋଇଥିଲା । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଏବଂ ସୀତାମାତା ଯଜ୍ଞର ଆହୁତି ପ୍ରଦାନ କରିଥିଲେ । ସାହିତ୍ୟ, କଳା ଏବଂ ସଂସ୍କୃତି ମହାମଞ୍ଚରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ରାମ ରାଜ୍ୟ ପ୍ରତିଷ୍ଠା ଏବଂ ରାଜ୍ୟ ପାଳନ ସଂକଳ୍ପ ପତ୍ର ପାଠ କରିଥିଲେ । ତିରିଶରୁ ଅଧିକ କବି “ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ” ଶୀର୍ଷକ କବିତା ପାଠ କରିଥିଲେ । ସମ୍ମାନିତ ରାଜ ସାଧୁ ସନ୍ଥ ମାନଙ୍କୁ ବନ୍ଦାପନା କରାଯାଇଥିଲା । ମେୟର ସୁବାସ ସିଂହ ମୁଖ୍ୟ ଅତିଥି ଭାବେ କୈବଲ୍ୟ ସାହିତ୍ୟ ସଂସଦର ରାମରାଜ୍ୟ ପ୍ରତିଷ୍ଠା ଉଦ୍ୟମକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ପ୍ରାକ୍ତନ ବିଜେପି କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ରାମରାଜ୍ୟ ପ୍ରତିଷ୍ଠା ସମୟର ଶ୍ରେଷ୍ଠ ଆହ୍ୱାନ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ରାଜ ଅତିଥି ଭାବେ ଦର୍ଶନ ବିଦ୍ୟାର୍ଥୀ ମହାରାଜ, ବରିଷ୍ଠ ସାମ୍ବାଦିକ ଦୂର୍ଗାଶିଷ, ବାବାଜୀ ବିଶ୍ୱନାଥ ଦାସ, ସାଧୁ ଦିବ୍ୟଲୋଚନ ଦାସ ମହାରାଜ, ସ୍ୱାମୀ ନିତ୍ୟ ପ୍ରେମାନନ୍ଦ ଗିରି (ପ୍ରଜ୍ଞାନ ମିଶନ) ସ୍ୱାମୀ ବିଘ୍ନେୟା ନନ୍ଦ ଗିରି, ସ୍ୱାମୀ ଅଞ୍ଜନେୟା ନନ୍ଦ ଗିରି, ସ୍ୱାମୀ ଦ୍ୟାନ ନିତ୍ୟାନନ୍ଦ ଗିରି, ସ୍ଵାଧି ଅରୁନ୍ଧତୀ, ସ୍ୱାମୀ ଅନିରୁଦ୍ଧନନ୍ଦ ଗିରି, ଲିଲି ପଟେଲ ଏବଂ ଗିତମୟୀ ମହାପାତ୍ର ଯୋଗଦାନ କରି ରାମ ନାମ ମାହାତ୍ମ୍ୟ ବ୍ୟାଖ୍ୟା କରିଥିଲେ । ନୃତ୍ୟାଙ୍ଗନା ଡ୍ୟାନ୍ସ ସ୍କୁଲର ଛାତ୍ରଛାତ୍ରୀ ଓଡ଼ିଶୀ ନୃତ୍ୟକଳା ମାଧ୍ୟମରେ ଶ୍ରୀରାମ ରାଜ୍ୟାଭିଷେକକୁ ଜୀବନ୍ତ କରିଥିଲେ । ଶ୍ରୀ ବାସୁଦେବ ମହିଳା ସଂକୀର୍ତ୍ତନ ମଣ୍ଡଳୀ, ଶ୍ରୀ ବ୍ରାହ୍ମଣୀ ଦେବୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ, ଶ୍ରୀ ଅଭିରାମ ପରମହଂସ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଚାଚଖାଇ ସଂକୀର୍ତ୍ତନ ମଣ୍ଡଳୀ “ରାମ ନାମ” ସଂକୀର୍ତ୍ତନ ମାଧ୍ୟମରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ରାଜ୍ୟର ଚାଳିଶ ଗୋଟି ସେବା ଅନୁଷ୍ଠାନକୁ ରାଜ୍ୟସ୍ତରୀୟ ଶ୍ରୀ ରାମ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଶତାଧିକ ସଂସ୍କୃତି ପ୍ରେମୀ, ଆଧ୍ୟାତ୍ମିକ ଭାବନା ସଂଲଗ୍ନ ସାହିତ୍ୟିକମାନଙ୍କୁ ରାଜ୍ୟସ୍ତରୀୟ ଶ୍ରୀରାମ ସମ୍ମାନ ପ୍ରଦାନ କରାଯାଇଥିଲା । କବୟିତ୍ରୀ ଶୁଭଶ୍ରୀ ଖୁଣ୍ଟିଆଙ୍କ ଆଧ୍ୟାତ୍ମିକ କବିତା ପୁସ୍ତକ “ନୀଳାଦ୍ରିଶ”ର ଲୋକାର୍ପଣ ହୋଇଥିଲା । ଜୟଶ୍ରୀ ପଟ୍ଟନାୟକ ଏବଂ ସୁଜାତା ମହାପାତ୍ର କବିତା ସଂଯୋଜନା କରିଥିଲେ । ସୋନାଲି ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । କବି ଶୁଭବ୍ରତ ମହାପାତ୍ର ଏବଂ ଶିକ୍ଷାବିତ୍ ମନ୍ଦାକିନୀ ପାଢ଼ୀ କାର୍ଯ୍ୟକ୍ରମ ସମୀକ୍ଷା କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।