ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ : ସଞ୍ଜୟ ସଭାପତି ଓ ଜ୍ୟୋତି ସମ୍ପାଦକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ଏଥିରେ ସଭାପତି ଭାବେ ସଞ୍ଜୟ କୁମାର ଷଡ଼ଙ୍ଗୀ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ଜ୍ୟୋତିରଂଜନ ପଟେଲ, ଉପସଭାପତି- କ୍ଷେତ୍ରପାଳ ସାହୁ, ଯୁଗ୍ମ ସମ୍ପାଦକ- ପ୍ରବୀଣ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ -ସମ୍ପଦ କୁମାର ପୋଡ ଏବଂ ଗ୍ରନ୍ଥାଗାରିକ ଭାବେ ରଘୁମଣି ସେଠ୍ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଆଇନଜୀବୀ ପ୍ରଦୀପ ତ୍ରିପାଠୀ, ପ୍ରଶାନ୍ତ ବେହେରା, ରମାକାନ୍ତ ନାଏକ, ଦୁର୍ଗିବାଇ ଅଗ୍ରୱାଲ, ଶଶାଙ୍କ ଶେଖର ଭୋଇ ପ୍ରମୁଖ ମନୋନୀତ ହୋଇଥିବା ଜଣାଯାଇଛି । ବରିଷ୍ଠ ଆଇନଜୀବୀ ଶୁଭେନ୍ଦୁ ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ।

Leave A Reply

Your email address will not be published.