ଗୁଣବତ୍ତା ପରିଚାଳନା ଅନୁଷ୍ଠାନ ପକ୍ଷରୁ ଖୋଲାନ, ସିହିନି ଓ ମହୁଲପଡା ଗ୍ରାମ ପଞ୍ଚାୟତକୁ ମିଳିଲା ଆଇଏସଓ ମାନ୍ୟତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ, ସିହିନୀ ଓ ମହୁଲ ପଡ଼ା ଗ୍ରାମ ପଞ୍ଚାୟତକୁ ଆଇଏସଓ ମାନ୍ୟତା ପ୍ରାପ୍ତ । ଏହା ପାଇବା ପରେ ଖୋଲାନ୍ ସରପଞ୍ଚ ନରେଶ ଅଗ୍ରୱାଲ ମା’ ଦ୍ଵାରସେନୀଙ୍କ ଆଶୀର୍ବାଦ ତଥା ଖୋଲାଣ ଗ୍ରାମ ପଞ୍ଚାୟତ ଜନ ସାଧାରଣଙ୍କ ସମର୍ଥନ ଓ ସହଯୋଗ ଦ୍ଵାରା ଖୋଲାଣ ପଞ୍ଚାୟତକୁ ପଞ୍ଚାୟତ ସ୍ତରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସେବା (ସର୍ଭିସ) ଏବଂ ସୂଚନା ଯୋଗାଇଦେବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରୁଥିବା ପାଇଁ ବିଶ୍ୱ ଗୁଣବତ୍ତା ପରିଚାଳନା ବ୍ୟବସ୍ଥା ଅନୁଷ୍ଠାନରୁ ଆଇଏସଓ ସାର୍ଟିଫିକେଟଟି ପ୍ରାପ୍ତ ହୋଇଅଛି । ଆପଣଙ୍କ ସହଯୋଗ ଓ ଆଶୀର୍ବାଦ ବିନା ଏହି ସଫଳତା ସମ୍ଭବ ହୋଇପାରି ନଥାନ୍ତା ବୋଲି ସରପଞ୍ଚ ନରେଶ ଅଗ୍ରୱାଲ କହିଛନ୍ତି । ଏହି ମାନ୍ୟତା ପ୍ରାପ୍ତ ହେବା ପରେ ଶିହିନି ସରପଞ୍ଚ ବୀରବର ସାହୁ ସମସ୍ତ ଅଞ୍ଚଳବାସି, ବ୍ଲକ ପ୍ରଶାସନ, ସମସ୍ତ ମିଡିଆ ବନ୍ଧୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.