ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ଏକମାତ୍ର ପଞ୍ଚାୟତ ଭାବେ ବୁଢ଼ୀପଦର ଗ୍ରାମ ପଞ୍ଚାୟତକୁ ଆନ୍ତର୍ଜାତୀୟ ଗୁଣବତ୍ତା ଯାଞ୍ଚ ସଂସ୍ଥା ତରଫରୁ ଆଇଏସଓ ୯୦୦୧ : ୨୦୧୫ ମାନ୍ୟତା ମିଳିଛି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ତଥା ଠିକ୍ ସମୟରେ ଲୋକଙ୍କୁ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାରେ ପଞ୍ଚାୟତ କର୍ତ୍ତୃପକ୍ଷ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଏହି ମାନ୍ୟତା ମିଳିଥିବା ଜଣାଯାଇଛି । ଲୋଇସିଂହା ବ୍ଲକର ଏକମାତ୍ର ଗ୍ରାମ ପଞ୍ଚାୟତ ଭାବେ ବୁଢ଼ୀପଦର ପଞ୍ଚାୟତକୁ ଏହି ମାନ୍ୟତା ମିଳିଥିବାରୁ ସରପଞ୍ଚ ଲକ୍ଷ୍ମୀ ପଧାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।