ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ପଞ୍ଚାୟତ ମୁଖ୍ୟାଳୟର ଜଣାଶୁଣା ବ୍ୟକ୍ତିତ୍ଵ ନବୀନ କୁମାର ବେହେରା (୭୦)ଙ୍କ ଶୁକ୍ରବାର ଭୋରରୁ ଚିକିତ୍ସାଧୀନ ଅବସ୍ଥାରେ ପରାଲୋକ ହୋଇଯାଇଛି । ଭବାନୀପାଟଣା ଡାକ୍ତରଖାନାରୁ ମର ଶରୀର ଗାଁ ମାଟିକୁ ଫେରିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଶତାଧିକ ଲୋକ ଅନ୍ତିମ ଦର୍ଶନ କରିବା ପରେ ଗାଁ ମଶାଣିରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ ପୁଅ ନିଶିକାନ୍ତ ଓ ସାନ ପୁଅ ଆଲୋକ ମୁଖଗ୍ନୀ ଦେଇଥିଲେ ।