csstore

ଟିକାବାଲି ଲ୍ୟାମ୍ଫ ସମିତିର ବାର୍ଷିକ ସାଧାରଣ ସଭା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତିଲିଃ.ର କଟିମାହା ଗ୍ରାମପଞ୍ଚାୟତ ଗୃହ ଠାରେ ୨୦୨୫/୨୬ ଆର୍ଥିକ ବର୍ଷର ସାଧାରଣ ବାର୍ଷିକ ସଭା ଲ୍ୟାମ୍ପ ସଭାପତି ଅଭିମନ୍ୟୁ ମଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଅନ୍ୟ ଅତିଥି ଭାବେ ଟିକାବାଲି ଲ୍ୟାମ୍ପ ଉପସଭାପତି ଶ୍ରୀମତୀ ସୁପ୍ରଭା ମଲିକ, ବୌଦ୍ଧ କେନ୍ଦ୍ର ସମବାୟ ର ଶାଖା ପରିଚାଳକ ଶ୍ରୀମତୀ ନିରୁପମା ପଲେଇ, ବୌଦ୍ଧ କେନ୍ଦ୍ର ସମବାୟ ଡାଇରେକ୍ଟର ଶ୍ରୀମତୀ ଫିଲିମିନ ପ୍ରଧାନ, ସ୍ଥାନୀୟ ସରପଞ୍ଚ କର୍ଣ୍ଣେଲ କହଁର, ଟିକାବାଲି କୃଷି ଅଧିକାରୀ ଶ୍ରୀମତୀ ସରସ୍ୱତୀ ବେହେରା, ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜନକ ପ୍ରଧାନ, ଡାଇରେକ୍ଟର ରାଜକୁମାର କହଁର, ବ୍ରହ୍ମା ଶଙ୍କର କହଁର, ଗ୍ରାମସେବକ କହଁର ସମୂହ ଯୋଗ ଦେଇ ଏହି ସଭାରେ ଆଗାମୀ ଦିନରେ ହେବାକୁ ଥିବା ଆର୍ଥିକ ବଜେଟ ଉପରେ ଆଲୋଚନା କରାଯାଇଥିଲା । ପୂର୍ବ ବୈଠକର ବିବରଣୀ ପଠନ କରାଯାଇଥିଲା ଏବଂ କୃଷି ଋଣ, ବିହନ, କୃଷି ଯନ୍ତ୍ରପାତି, ଜନସେବା କେନ୍ଦ୍ର, ଆଧାର ସଂଯୋଗିକରଣ, ଧାନ ମଣ୍ଡି, ମାଣ୍ଡିଆ ମଣ୍ଡି, ଗାଈ ଛେଳି ଋଣ, କୁକୁଡ଼ା ଫାର୍ମ ଏହିପରି ବିଭିନ୍ନ ଦିଗରେ ଆଲୋଚନା କରି ଜନସାଧାରଣଙ୍କର ଏବଂ ଗ୍ରୁପ ମହିଳା ମାନଙ୍କର ଆର୍ଥିକ ଦିଗ ପ୍ରତି ଦୃଷ୍ଟିପାତ କରାଯାଇଥିଲା । ଟିକାବାଲି ଲ୍ୟାମ୍ପ ପରିଚାଳନା ନିର୍ଦେଶକ ଶିଶିର କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କର୍ମଚାରୀ ବିଭୁତି ଭୋଇ, ଚିକୁନୁ ଦଳବେହେରା, ରଞ୍ଜିତ ପାତ୍ର,ଅଜିତ କହଁର,ରଶ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଅଞ୍ଚଳର ପାଖାପାଖି ୨୦୦ ପୁରୁଷ ମହିଳା କୃଷକ ଯୋଗ ଦେଇଥିଲେ । ଶେଷରେ ଲ୍ୟାମ୍ପ ସଭାପତି ଅଭିମନ୍ୟୁ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.