ଜିଲ୍ଲା ପରିବହନ ବିଭାଗ ଓ ଟିକାବାଲି ପୋଲିସର ମିଳିତ ଉଦ୍ୟମରେ ଯାନବାହାନ ଯାଞ୍ଚ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପରିବହନ ବିଭାଗ ଓ ଟିକାବାଲି ପୋଲିସର ମିଳିତ ଉଦ୍ୟମରେ ୧୫୭ ନଂ. ଜାତୀୟ ରାଜପଥ କୋଚିଲାଗଡ ଠାରେ ପରିବହନ ଅଧିକାରୀ ଶିବାନୀ ମାଝୀଙ୍କ ନେତୃତ୍ୱରେ ଯାନବାହାନ ଯାଞ୍ଚ କରାଯାଇଛି । ଯାଞ୍ଚ ବେଳେ ଚାଳକଙ୍କ ଲାଇସେନ୍ସ, ସିଟ୍ ବେଲଟ୍, ହେଲମେଟ, ଇନସୁରାନ୍ସ , ହାଇସିକ୍ୟୁରିଟ ନମ୍ବର ପ୍ଲେଟ୍, ପଲ୍ୟୁସନ , ଆଦି କାଗଜ ପତ୍ର ଯାଞ୍ଚ କରାଯାଇଥିବା ବେଳେ ମାଦକ ଦ୍ରବ୍ୟ ସେବନ କରି ଯାନବାହାନ ଚଳାଚଳ କରୁଥିବା ଚାଳକ ମାନଙ୍କୁ ମଧ୍ୟ ଯାଞ୍ଚ କରାଯାଇଥିଲା । ଏଥିରେ ୨୫ଟି ଚାଲାଣ କଟାଯାଇ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ନେଇ ପରିବହନ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଏହି ଯାଞ୍ଚ କାର୍ଯ୍ୟକ୍ରମ ଆଗାମୀ ଦିନରେ କଡାକଡି କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ ଟିକାବାଲି ପୋଲିସ କର୍ମଚାରୀ ଓ ପରିବହନ ବିଭାଗ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.