ବିଦ୍ୟାଳୟ ସମ୍ମୁଖରେ ବିପଦ ସଂକୁଳ ଅବସ୍ଥାରେ ୧୧ କେଭି ବିଦ୍ୟୁତ ତାର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମର ଝାଙ୍କରପଲି-କୁଟୁମଡୋଲା ରାସ୍ତାରେ ଝାଙ୍କରପାଲି ବିଦ୍ୟାଳୟ ସମ୍ମୁଖରେ ବିପଦ ସଂକୁଳ ଅବସ୍ଥାରେ ୧୧ କେଭି ବିଦ୍ୟୁତ ତାର ପ୍ରବାହିତ ହେଉଛି । ଏହି ରାସ୍ତା ଉପରେ ଆଖପାଖ ଅନେକ ଗାଁର ଲୋକ ଯିବାଆସିବା କରୁଥିବା ବେଳେ ବିଦ୍ୟାଳୟ ସମ୍ମୁଖରେ ଥିବାରୁ ଅନେକ ଛାତ୍ରଛାତ୍ରୀ ମଧ୍ୟ ଯିବା ଆସିବା କରିଥାନ୍ତି । ପ୍ରତିଦିନ ଅନେକ ଭାରି ମୋଟରଯାନ ମଧ୍ୟ ଯିବା ଆସିବା କରୁଛି । କିନ୍ତୁ ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ବିପଦ ସଂକୁଳ ଅବସ୍ଥାରେ ମାତ୍ର ପ୍ରାୟ ୭ ଫୁଟ ଉଚ୍ଚତାରେ ବିଦ୍ୟୁତ ତାର ଯାଇଛି । ଯାହାଦ୍ୱାରା ପ୍ରତିଦିନ କୌଣସି ନା କୌଣସି ଭାରିଯାନ ସଂସ୍ପର୍ଶରେ ଅସୁଛି । ବର୍ତମାନ ସୁଦ୍ଧା ସେମିତି କିଛି ବଡ ଧରଣର ଅଘଟଣ ହୋଇ ନ ଥିଲେ ମଧ୍ୟ କେଉଁ ଦିନ ଟ୍ରକରେ ତାର ଲାଗି ଛିଣ୍ଡି ଯାଉଛି ତ’ ଆଉ କେଉଁଦିନ ବିଦ୍ୟୁତ ତାର ଲାଗି ନିଆଁ ଜଳି ଯାଉଛି । ଅତ୍ୟନ୍ତ ଦୁଃଖର ବିଷୟ, ବିଦ୍ୟୁତ ବିଭାଗ ପ୍ରତି ମାସ ବିଦ୍ୟୁତ ବିଲ ଆଦାୟ କରି ଆସୁଥିବା ବେଳେ ତାଙ୍କ ନଜରରେ ଆସୁଥିଲେ ମଧ୍ୟ ବର୍ତମାନ ଯାଏ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଦେଖାଯାଉ, ଆଉ କେତେ ଦିଅ ପ୍ରଶାସନ ଚୁପ୍‌ ରହିବ ନା କୌଣସି ବଡ଼ ଧରଣର ଅଘଟଣ ପରେ ଚେତା ପଶିବ ।

Leave A Reply

Your email address will not be published.