ସଚେତନ ନାଗରିକ ମଞ୍ଚର ୧୩ତମ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚ ରାଉରକେଲାର ୧୩ ତମ ପ୍ରତିଷ୍ଠା ଦିବସ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଇଂ ବିମଳ କୁମାର ବିଶି, ସାଧାରଣ ସମ୍ପାଦକ ପି ପି ରାୟ, ପ୍ରତିଷ୍ଠାତା ସଦସ୍ୟ ଜଗବନ୍ଧୁ ଜେନା, ହିସାବ ନୀରିକ୍ଷକ ଡା. ବସନ୍ତ କୁମାର ଦାସ, ଉପଦେଷ୍ଟା ଇଂ ଅଭୟ କୁମାର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାପତି ଇଂ ବିଶି ବିଗତ ବର୍ଷରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ, ସାଧାରଣ ସମ୍ପାଦକ ଅନୁଷ୍ଠାନର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଆସନ୍ତା ୨୦୨୬-୨୭ ଓ ୨୦୨୭-୨୮ ପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ଏହି ଅବସରରେ ବରିଷ୍ଠ ସଦସ୍ୟ ଜଟାଧାରୀ ମାଝୀ, ଉପେନ୍ଦ୍ର କୁମାର ନାୟକ, ଶଶଧର ପାତ୍ର, ଅକ୍ଷୟ କୁମାର ଜେନା, ସୁବ୍ରତ ମଲ୍ଲିକ, ରମେଶ ଚନ୍ଦ୍ର ସେଠୀ, ଜ୍ଞାନରଞ୍ଜନ ମିଶ୍ର, ନଳିନୀକାନ୍ତ ଧର, ପ୍ରଦୀପ କୁମାର ରାଉତରାୟ, ଅରବିନ୍ଦ ଦାସ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ଶୈଳେନ୍ଦ୍ର ମହାନ୍ତି, ସୁନିଲ କାୟଲ, ବିଜୟ ବରାଳ, ଏସ୍‌ ବେହେରା, ରଜନୀକାନ୍ତ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ରାଉରକେଲା ଓ ସୁନ୍ଦରଗଡ଼ର ବିକାଶ ପାଇଁ ସାମୁହିକ ମିଳିତ ଉଦ୍ୟମ, ଆବଶ୍ୟକ ହେଲେ ଆନ୍ଦୋଳନ ପନ୍ଥା, ଏପରିକି ସରକାର ଏଦିଗରେ ପଦକ୍ଷେପ ନନେଲେ ସାଧାରଣ ସମ୍ପାଦକ ଶ୍ରୀ ରାୟ ଆଗାମୀ ମଇ ମାସ ୧ ତାରିଖରେ ଗାନ୍ଧୀ ମୂର୍ତ୍ତି ନିକଟରେ ଆମରଣ ଅନଶନ, ରାଉରକେଲା ରାଜ୍ୟର ସ୍ମାର୍ଟ ସିଟି ହୋଇଥିଲେ ହେଁ ସ୍ୱାସ୍ଥ୍ୟ, ବିମାନ ଚଳାଚଳ ସହ ବିଭିନ୍ନ ଯୋଜନାରୁ ବଞ୍ଚିତ ହୋଇଥିବାରୁ କ୍ଷୋଭ ପ୍ରକାଶ ସହ ଅନୁଷ୍ଠାନକୁ ଶକ୍ତିଶାଳୀ ଓ ଅଧିକ କ୍ରୀୟାଶୀଳ କରିବା ପାଇଁ ବିଭିନ୍ନ ମତ ପ୍ରକାଶ ପାଇଥିଲା । ଆସନ୍ତା ଏପ୍ରିଲ ମାସ ୨୬ ତାରିଖ ଦିନ ମଞ୍ଚର ବାର୍ଷିକ ଉତ୍ସବ ଓ ସ୍ମରଣିକା ପାଇଁ ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା । ନୂତନ କର୍ମକର୍ତ୍ତା ଇଂ ଅଭୟ କୁମାର ଦାସ ସଭାପତି, କାର୍ଯ୍ୟକାରୀ ସଭାପତି ଭାବେ ଉପେନ୍ଦ୍ର କୁମାର ନାୟକ, ଉପସଭାପତି ଭାବେ ଡ. ଉମାକାନ୍ତ ପଣ୍ଡା, ଡ. କିଶୋରୀ ଦାଶ, ବିକ୍ରମ ଆଚାର୍ଯ୍ୟ, ବୈଦ୍ୟନାଥ ଦାସ, ମୀନତି ଦେବତା, ଅକ୍ଷୟ ଦାସ, ଅକ୍ଷୟ ଜେନା, ଜଗନ୍ନାଥ ରାଉତ, ସୁନିଲ କାୟଲ, ନିହାର ରାୟ, ସାଧାରଣ ସମ୍ପାଦକ ଭାବେ ପି ପି ରାୟ, ସହ ସାଧାରଣ ସମ୍ପାଦକ କୁଞ୍ଜବିହାରୀ ରାଉତ, ଉପ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ, ସମ୍ପାଦକ ଭାବେ ରମେଶ ଚନ୍ଦ୍ର ମହାନ୍ତି, ସୁବ୍ରତ ମଲ୍ଲିକ, ଶାନ୍ତନୁ ମୁଦୁଲି, ଶିକ୍ଷକ କୁଞ୍ଜବିହାରୀ ରାଉତ, ନଳିନୀକାନ୍ତ ଧର, ରଜନୀକାନ୍ତ ସ୍ୱାଇଁ, ବିଜୟ ବରାଳ, ସସ୍ମିତା ପ୍ରଧାନ, ଭଗବାନ ରାଉତ, ମହେନ୍ଦ୍ର ମହାନ୍ତି, ସନ୍ଧ୍ୟାରାଣୀ ପଣ୍ଡା, କୋଷାଧ୍ୟକ୍ଷ ଭାବେ ଶଶଧର ପାତ୍ର, ମୁଖପାତ୍ର ଭାବେ ଜଟାଧାରୀ ମାଝୀ, ଆଭ୍ୟନ୍ତରୀଣ ହିସାବ ରକ୍ଷକ ଡା. ବସନ୍ତ ଦାସ, ସାଂଗଠନିକ ସମ୍ପାଦକ ଭାବେ ରାଜକିଶୋର ମିଶ୍ର, ଚକ୍ରାନ୍ତ ଜେନା, ବିଷ୍ଣୁଚରଣ ସାମଲ, ଦିଗମ୍ବର ମହାନ୍ତି, ସୁନାକର ନାୟକ, ଏମଡି ଆସଲାମ, ଶମ୍ଭୁନାଥ ପରିଡ଼ା, ସୁଶାନ୍ତ କୁମାର ନାୟକ ଓ ଆଭ୍ୟନ୍ତରୀଣ ଅନୁଶାସନ ଅଧ୍ୟକ୍ଷ ଭାବେ ନିତ୍ୟାନନ୍ଦ ବିଶ୍ୱାଳ ପ୍ରମୁଖଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ମଞ୍ଚର ପ୍ରତିଷ୍ଠାତା ସଦସ୍ୟ ଦିଲ୍ଲୀପ ରାୟଙ୍କ ବିଜୟ କାମନା କରି ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଶେଷରେ ସହ ସାଧାରଣ ସମ୍ପାଦକ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ନାୟକ, ଏଟମ ରଥ, ଉମାଶଙ୍କର ତିୱ।ରୀ, ପ୍ରମୋଦ ଜଗଦ୍ଦେବ, ଅମଲେଶ ତ୍ରିପାଠୀ, ଶ୍ରୀମନ୍ତ ବର୍ମା, ଭୀମସେନ ସାହୁ, ପାଣ୍ଡବ ବେହେରା, ନାରାୟଣ ଚନ୍ଦ୍ର ସାମଲ, ଭବାନୀ କବି, ବିମଳ ଚନ୍ଦ୍ର ମହାନ୍ତି, ସୁନାକର ନାୟକ, ବିଷ୍ଣୁଚରଣ ରାଉତ, ସୁନିଲ କୁମାର ପଟ୍ଟନାୟକ ପ୍ରମୁଖ ସହ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.