- ଭାରତୀୟ ବିଶୋଧନାଗାର ଗୁଡ଼ିକ ସର୍ବୋଚ୍ଚ କ୍ଷମତାରେ ହେଉଛନ୍ତି ପରିଚାଳିତ ପର୍ଯ୍ୟାପ୍ତ ଷ୍ଟକ୍ ସହିତ ଖୁଚୁରା ଦୋକାନଗୁଡ଼ିକ କାର୍ଯ୍ୟକ୍ଷମ
- ପ୍ରତିଦିନ ୫୦ ଲକ୍ଷ ସିଲିଣ୍ଡର ଯୋଗାଣ କରାଯାଉଛି
- ଘରୋଇ ଏଲପିଜି ଉତ୍ପାଦନ ୨୮% ବୃଦ୍ଧି ପାଇଛି
- ସମଗ୍ର ଭାରତରେ ବନ୍ଦରପରିଚାଳନା କାର୍ଯ୍ୟ ସ୍ଥିର ରହିଛି
- ଭିତ୍ତିଭୂମି, ଆର୍ଥିକ ସୁବିଧା, ଇନ୍ଧନସୁରକ୍ଷା ତଦାରଖ ଏବଂ ଜାହାଜ ସୁରକ୍ଷା କାର୍ଯ୍ୟକ୍ଷେତ୍ରରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରୁଛନ୍ତିସରକାର
- ଦୂତାବାସଗୁଡ଼ିକପ୍ରବାସୀ ସଦସ୍ୟଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି; ବାଣିଜ୍ୟିକ ଉଡ଼ାଣ ବିକଳ୍ପ ଏବଂ ଭିସା ପାଇଁ ସୂଚନା ପ୍ରଦାନ କରିବାରେ ସାହାଯ୍ୟ କରୁଛନ୍ତି
- ନାଗରିକମାନଙ୍କୁ ଆତଙ୍କିତହୋଇଏଲପିଜି ସିଲିଣ୍ଡର ବୁକିଂ ଏଡାଇବାକୁ ଅନୁରୋଧ
- ଭୁଲ ସୂଚନା ଏବଂ ଗୁଜବ ପ୍ରତି ସତର୍କ ରହିବାକୁ ନାଗରିକମାନଙ୍କୁ ନିବେଦନ
ନୂଆଦିଲ୍ଲୀ, (ପିଆଇବି): ପଶ୍ଚିମ ଏସିଆ ଘଟଣା କ୍ରମ ସମ୍ପର୍କରେ ଆଜି ଦ୍ୱିତୀୟ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ପଶ୍ଚିମ ଏସିଆ ସଂଘର୍ଷ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ଲାଗି ଭାରତ ସରକାର ଗ୍ରହଣ କରିଥିବା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବିଶେଷ କରି ଇନ୍ଧନ ଯୋଗାଣ ପରିସ୍ଥିତି; ନିରବଚ୍ଛିନ୍ନ ଶକ୍ତି ଯୋଗାଣ, ସାମୁଦ୍ରିକ ସୁରକ୍ଷା, ବିଦେଶରେ ଥିବା ଭାରତୀୟ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ପ୍ରସ୍ତୁତି ବିଷୟରେ ସୂଚନା ଦିଆଯାଇଥିଲା । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀମାନେ ନାଗରିକମାନଙ୍କୁ ଭୟଭୀତ ହୋଇ ଗ୍ୟାସ ବୁକିଂ ନ କରିବା ଏବଂ ମିଛ ଖବର ଓ ଗୁଜବକୁ ବିଶ୍ୱାସନ କରିବାକୁ ଅନୁରୋଧ କରିଥିଲେ ।
ଇନ୍ଧନ ଯୋଗାଣ ଏବଂ ଉପଲବ୍ଧତା :
ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ସମସ୍ତ ପଦକ୍ଷେପ ନିଆଯାଉଛି ଏବଂ ପ୍ରତିଦିନ ୫୦ଲକ୍ଷ ସିଲିଣ୍ଡର ବିତରଣ କରାଯାଉଛି ବୋଲି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଆଶ୍ୱାସନା ଦେଇଛି ।
ଅଶୋଧିତ ତୈଳ ଓ ବିଶୋଧନାଗାର–
• ଯୁଦ୍ଧ ତ୍ରୟୋଦଶ ଦିନରେପହଞ୍ଚିଛି ଏବଂ ଇତିହାସରେ ପ୍ରଥମ ଥର ପାଇଁ ହୋର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ପରିବହନ ପାଇଁ ପ୍ରଭାବୀ ରୂପେ ବନ୍ଦ କରାଯାଇଛି । ଭାରତ ୪୦ରୁ ଅଧିକ ଦେଶରୁ ଅଶୋଧିତ ତୈଳ ସଂଗ୍ରହ କରିଥାଏ ଏବଂ ଆମର ୭୦% ଅଶୋଧିତ ତୈଳ ବର୍ତ୍ତମାନ ହର୍ମୁଜ୍ ପ୍ରଣାଳୀ ବ୍ୟତୀତ ଅନ୍ୟ ମାର୍ଗଦେଇ ଆସୁଛି । ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ, ଦେଶର ଦୈନିକ ବ୍ୟବହାର ପ୍ରାୟ ୫୫ ଲକ୍ଷ ବ୍ୟାରେଲ ଏବଂ ଭାରତ ବିଶ୍ୱର ଚତୁର୍ଥ ବୃହତ ବିଶୋଧନକାରୀ ଦେଶ । ଦେଶରେ ୨୨ଟି ବିଶୋଧନାଗାର ଅଛି । ଏହା ବ୍ୟତୀତ, ବିଶୋଧନାଗାର ଗୁଡ଼ିକ ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି । ଅନେକ କ୍ଷେତ୍ରରେ, ସେମାନେ ଶହେ ପ୍ରତିଶତ ଅତିକ୍ରମ କରିଛନ୍ତି ।
• ଭାରତର ବୃହତ ବିଶୋଧନ କ୍ଷମତା ଆମକୁ ପେଟ୍ରୋଲିୟମ ଉତ୍ପାଦ ଉପଲବ୍ଧତା ଦୃଷ୍ଟିରୁ ବହୁତ ଭଲସ୍ଥିତି ପ୍ରଦାନ କରୁଛି ଏବଂ ସଙ୍କଟ ମୁକାବିଲା ପାଇଁ ସକ୍ଷମ କରିଛି ।
• ଆମର ଖୁଚୁରା କେନ୍ଦ୍ରର ଏକ ବିଶାଳ ନେଟୱାର୍କ ଅଛି । ପ୍ରାୟ ୧ଲକ୍ଷ ଖୁଚୁରା ଦୋକାନ ଅଛି । ସମସ୍ତ ଖୁଚୁରା କେନ୍ଦ୍ର ବର୍ତ୍ତମାନ ପର୍ଯ୍ୟାପ୍ତ ଷ୍ଟକ୍ ସହିତ କାର୍ଯ୍ୟକ୍ଷମ ଅଛି ।
ପ୍ରାକୃତିକବାଷ୍ପ-
ଜରୁରିକାଳୀନ ପରିସ୍ଥିତି ଯୋଗୁଁ ପ୍ରଭାବିତ ପ୍ରାକୃତିକ ବାଷ୍ପର ଯୋଗାଣ ଜନିତ ବାଧାକୁ ପୂରଣ କରିବା ପାଇଁ ବିକଳ୍ପ ମାର୍ଗ ଏବଂ ଯୋଗାଣକାରୀଙ୍କ ମାଧ୍ୟମରେ କ୍ରୟ ଚାଲିଛି । ଏହି ପରିସ୍ଥିତିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁସରକାର ଯୋଗାଣକୁ ପ୍ରାଥମିକତା ଦେବା ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ୯ ମାର୍ଚ୍ଚ ୨୦୨୬ରେ ଏକ ପ୍ରାକୃତିକ ବାଷ୍ପ ନିୟନ୍ତ୍ରଣ ଆଦେଶ ଜାରି କରିଛନ୍ତି।
ଏଲପିଜି ଯୋଗାଣ-
• ଏହା ଏକ ଯୁଦ୍ଧ ପରିସ୍ଥିତି ଯେଉଁଠାରେ ଭାରତ ଆମର ଏଲପିଜି ବ୍ୟବହାରର ପ୍ରାୟ ୬୦% ଆମଦାନୀ କରେ ଏବଂ ଏହାର ପ୍ରାୟ ୯୦% ବନ୍ଦ ଥିବା ହୋର୍ମୁଜ୍ ପ୍ରଣାଳୀ ଦେଇ ଆସେ। ବିଶ୍ୱ ପରିସ୍ଥିତିଆହ୍ୱାନପୂର୍ଣ୍ଣରହିଛି। ସରକାର ଚାହିଦା ଯୋଗାଣ ସନ୍ତୁଳନ ବଜାୟ ରଖିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।
• ବିଶୋଧନାଗାରଗୁଡ଼ିକ ଦ୍ୱାରା ଏଲପିଜିର ବର୍ଦ୍ଧିତ ଉତ୍ପାଦନ – ୯ମାର୍ଚ୍ଚ ୨୦୨୬ରେ ଜାରି ହୋଇଥିବା ଏଲପିଜି ନିୟନ୍ତ୍ରଣ ଆଦେଶ ସମସ୍ତ ବିଶୋଧନାଗାରଗୁଡ଼ିକୁ ଏଲପିଜି ଉତ୍ପାଦନ ସର୍ବାଧିକ କରିବାକୁ ଏବଂ ପ୍ରୋପେନ, ବ୍ୟୁଟେନ, ପ୍ରୋପିଲିନ ଏବଂ ବ୍ୟୁଟେନ ସମେତ ସିଥ୍ରୀଏବଂ ସିଫୋର୍ହାଇଡ୍ରୋକାର୍ବନ ଷ୍ଟ୍ରିମର ସମ୍ପୂର୍ଣ୍ଣ ଉତ୍ପାଦନକୁ ଘରୋଇ ରନ୍ଧନ ଗ୍ୟାସ ପାଇଁ କେବଳ ତିନୋଟି ତୈଳ ବିପଣନ କମ୍ପାନୀକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ, ଗତ ୫ଦିନରେ, ବିଶୋଧନାଗାର ନିର୍ଦ୍ଦେଶ ମାଧ୍ୟମରେ ଏଲପିଜି ଉତ୍ପାଦନ ୨୮ପ୍ରତିଶତ ବୃଦ୍ଧି କରାଯାଇଛି। ଅଧିକ କ୍ରୟ ସକ୍ରିୟ ଭାବରେ ଚାଲିଛି।
• ସାରା ଦେଶରେ ଆମର ୨୫ ହଜାରରୁ ଅଧିକ ବିତରକ ଅଛନ୍ତି। ଷ୍ଟକ୍ ସ୍ଥିତି ସମ୍ପର୍କରେ ତଥ୍ୟସଂଗ୍ରହକରାଯାଉଛି। ପ୍ରତିଦିନ ୫୦ ଲକ୍ଷରୁ ଅଧିକ ସିଲିଣ୍ଡର ବିତରଣ କରାଯାଉଛି। ଆତଙ୍କ ଯୋଗୁଁ ବୁକିଂରେ ଅନେକ ଗୁଣ ବୃଦ୍ଧି ଘଟିଛି। ବିଶ୍ୱ ଅନିଶ୍ଚିତତାର ଏହି ସମୟରେ ଭୟଭୀତହୋଇ ବୁକିଂ ଏଡାଇବାକୁ, କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରିବାକୁ ଏବଂ ସମ୍ଭବ ହେଲେ ଇନ୍ଧନ ସଂରକ୍ଷଣ କରିବାକୁ ଆମେ ନାଗରିକମାନଙ୍କୁ ଅନୁରୋଧ କରୁଛୁ।
• ଅଣ-ଘରୋଇ ଏଲପିଜିପାଇଁ, ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନ ଭଳି ଅତ୍ୟାବଶ୍ୟକ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି। ରେସ୍ତୋରାଁ, ହୋଟେଲ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ବ୍ୟବହାରକାରୀଙ୍କୁ ବଣ୍ଟନ ସମୀକ୍ଷା କରିବା ପାଇଁ ଆଇଓସିଏଲ, ଏଚପିସିଏଲଏବଂ ବିପିସିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। ଉପଲବ୍ଧ ଏଲପିଜିକୁ ନିରପେକ୍ଷ ଏବଂ ସ୍ୱଚ୍ଛ ଭାବରେ ବଣ୍ଟନ କରାଯିବା ନିଶ୍ଚିତ କରିବା ଲାଗି ଏକ ଯୋଜନା ଚୂଡ଼ାନ୍ତ କରିବା ପାଇଁ କମିଟି ରାଜ୍ୟ କର୍ତ୍ତୃପକ୍ଷ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ସହିତ ପରାମର୍ଶ କରୁଛି। ଏକ ପ୍ରମୁଖ ନିଷ୍ପତ୍ତିକ୍ରମେ, ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରଖି, ହାରାହାରି ମାସିକ ବ୍ୟବସାୟିକଏଲପିଜିଆବଶ୍ୟକତାର ୨୦% ଆଜିଠାରୁ ଓଏମସିଗୁଡ଼ିକଦ୍ୱାରା ଆବଣ୍ଟିତ କରାଯିବ, ଯାହା ଫଳରେ କୌଣସି ଜମାଖୋରୀ କିମ୍ବା କଳାବଜାରୀ ହେବନାହିଁ।
• ବ୍ୟବସାୟିକ ସିଲିଣ୍ଡର ବିତରଣ ପାଇଁ ଓଏମସିସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହିତ ଯୋଗାଯୋଗ କରୁଛି।ବ୍ୟବସାୟିକ ସିଲିଣ୍ଡର ବିତରଣ ପାଇଁ ଆଜି ଦିଲ୍ଲୀର ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଛି।
• ଏଲପିଜି ଏବଂ ଗ୍ୟାସ ଚ୍ୟାନେଲ ଉପରେ ଚାପ କମ କରିବା ପାଇଁ ବିକଳ୍ପ ଇନ୍ଧନ ବିକଳ୍ପଗୁଡ଼ିକୁ ସକ୍ରିୟ କରାଯାଉଛି। ଖୁଚୁରା ଦୋକାନ ଏବଂ ପିଡିଏସ୍ ଚ୍ୟାନେଲ ମାଧ୍ୟମରେ କିରୋସିନ୍ ଉପଲବ୍ଧ କରାଯାଉଛି। ଶିଳ୍ପ ଏବଂ ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ଇନ୍ଧନ ତୈଳ ଉପଲବ୍ଧ କରାଯାଉଛି। ଏହି ସଙ୍କଟକାଳୀନ ସମୟ ପାଇଁ, ଆତିଥ୍ୟ ଏବଂ ରେସ୍ତାରାଁ କ୍ଷେତ୍ର ଲାଗିଏକ ମାସ ନିମନ୍ତେ ବାୟୋମାସ, ଆରଡିଏଫ୍ ପେଲେଟ୍ ଏବଂ କିରୋସିନ୍/କୋଇଲାର ବିକଳ୍ପ ଇନ୍ଧନ ଭାବରେ ବ୍ୟବହାର କରିବାକୁ ଅନୁମତି ଦେବାସକାଶେରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକୁ ଜଙ୍ଗଲ ଓ ପରିବେଶମନ୍ତ୍ରଣାଳୟପରାମର୍ଶ ଦେଇଛି । ଏହା ଦ୍ଵାରା ବିଭିନ୍ନ ପ୍ରତିଷ୍ଠାନ ପ୍ରାଥମିକତା ଗ୍ରାହକଙ୍କ ପାଇଁ ଏଲପିଜିଯୋଗାଣ ଏବଂ ମୁକ୍ତ କରିପାରିବେ।
• ଗତକାଲି କୋଇଲା ମନ୍ତ୍ରଣାଳୟ ରାଜ୍ୟ ମନୋନିତ ଏଜେନ୍ସିଗୁଡ଼ିକୁ ଅଧିକ ପରିମାଣର କୋଇଲା ଆବଣ୍ଟନ କରିବାକୁ ନିର୍ଦ୍ଦେଶ ଜାରି କରିଛି ଏବଂ ଏହାକୁ କ୍ଷୁଦ୍ର, ମଧ୍ୟମ ଏବଂ ଅନ୍ୟାନ୍ୟ ଗ୍ରାହକଙ୍କୁ ଆବଣ୍ଟନ କରାଯାଉଛି ।
• ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୪୮ ହଜାରକେଏଲରୁ ଅଧିକ ଅତିରିକ୍ତ ପରିମାଣ ଆବଣ୍ଟନ କରାଯାଇଛି। ଏହାବ୍ୟତୀତଗୋଟିଏତ୍ରୟମାସ ପାଇଁ ଅତିରିକ୍ତ ୧ଲକ୍ଷ କେଏଲରୁ ଅଧିକଗ୍ୟାସରୋଷେଇ ଇନ୍ଧନ ଭାବରେ ବ୍ୟବହାର ପାଇଁ ଆବଣ୍ଟିତ ହୋଇଛି।
ସାମୁଦ୍ରିକ ସୁରକ୍ଷା ଏବଂ ଜାହାଜ ଚଳାଚଳ
• ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପାରସ୍ୟ ଉପସାଗର ଅଞ୍ଚଳରେ ସାମୁଦ୍ରିକ ପରିସ୍ଥିତି ଏବଂ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣ ତଥା ଭାରତର ସାମୁଦ୍ରିକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନାଦେଇଛି:
• ପାରସ୍ୟ ଉପସାଗର ଅଞ୍ଚଳରେ କାର୍ଯ୍ୟରତ ଭାରତୀୟ ଜାହାଜର ସଂଖ୍ୟା ୨୮ରେ ଅପରିବର୍ତ୍ତିତ ରହିଛି। ଏଥିମଧ୍ୟରୁ ୨୪ଟି ଜାହାଜ ହର୍ମୁଜ୍ ପ୍ରଣାଳୀର ପଶ୍ଚିମରେ ରହିଛନ୍ତି।ଏସବୁଜାହାଜରେ ୬୭୭ ଭାରତୀୟ ନାବିକଅଛନ୍ତିଏବଂ ୪ଟି ଜାହାଜ ପ୍ରଣାଳୀର ପୂର୍ବରେ ୧୦୧ ଜଣ ଭାରତୀୟ ନାବିକଙ୍କୁନେଇରହିଛି। ସେମାନଙ୍କର ସୁରକ୍ଷା ଏବଂ ନିରାପତ୍ତା ପାଇଁ ସମସ୍ତ ଭାରତୀୟ ଜାହାଜ ଏବଂ କର୍ମଚାରୀଙ୍କୁ ସକ୍ରିୟ ଭାବରେ ତଦାରଖ କରାଯାଉଛି।
• କର୍ତ୍ତୃପକ୍ଷ, ଜାହାଜ ପରିଚାଳକ ଏବଂ ନିଯୁକ୍ତି ସଂସ୍ଥାଗୁଡ଼ିକ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଚିକିତ୍ସା ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ ଦୂତାବାସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ସମନ୍ୱୟ ସ୍ଥାପନ କରୁଛନ୍ତି।
• ୨୮ ଫେବୃଆରୀ ୨୦୨୬ରେ ଜାହାଜଚଳାଚଳମହାନିର୍ଦ୍ଦେଶାଳୟଦ୍ୱାରା ଜାରି କରାଯାଇଥିବା ଭାରତୀୟ ନାବିକ, ଭାରତୀୟ ଜାହାଜ ଏବଂ ସାମୁଦ୍ରିକ ବାଣିଜ୍ୟ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ସତର୍କତାମୂଳକ ପଦକ୍ଷେପ ଉପରେ ଜାରି କରାଯାଇଥିବା ମାର୍ଗଦର୍ଶିକା ବଳବତ୍ତର ରହିଛି।
• ସାରା ଭାରତରେ ସାମଗ୍ରିକ ବନ୍ଦର କାର୍ଯ୍ୟ ସ୍ଥିର ରହିଛି। ସମସ୍ତ ପ୍ରମୁଖ ବନ୍ଦର/ରାଜ୍ୟ ସାମୁଦ୍ରିକ ବୋର୍ଡ ପାଇଁ ଏକ ମାନକ କାର୍ଯ୍ୟପଦ୍ଧତି ଜାରି କରାଯାଇଛି।ଏହାଦ୍ଵାରା ଅଂଶୀଦାର ସମନ୍ୱୟଆସିବଏବଂ ସମୟସୀମା ମଧ୍ୟରେ ଅଭିଯୋଗ ସମାଧାନ ମାଧ୍ୟମରେ ଜାହାଜ ଚଳାଚଳ ଓ ରପ୍ତାନିକାରୀଙ୍କୁ ସକ୍ରିୟ ଭାବରେ ସୁବିଧା ଯୋଗାଇ ଦିଆଯାଇପାରିବ। ସମସ୍ତ ପ୍ରମୁଖ ବନ୍ଦର ଦ୍ୱାରା ଏକକ ଯୋଗାଯୋଗ ବିନ୍ଦୁ ଭାବରେ ଜଣେ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।
• ପ୍ରମୁଖ ବନ୍ଦରଗୁଡ଼ିକୁଏଲପିଜିଜାହାଜ ପାଇଁ ପ୍ରାଥମିକତା ବର୍ଥିଂ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
• ବନ୍ଦରଗୁଡ଼ିକ ପ୍ରଭାବିତ ମଧ୍ୟପ୍ରାଚ୍ୟଗନ୍ତବ୍ୟଦିଗରେଅଗ୍ରସରହେଉଥିବା କାର୍ଗୋକୁ ଟ୍ରାନ୍ସସିପିମେଣ୍ଟ କାର୍ଗୋ ଭାବରେ ସଂରକ୍ଷଣ କରିବାକୁ ଅନୁମତି ଦେବା, ଅତିରିକ୍ତ ସଂରକ୍ଷଣ ସ୍ଥାନ ବଣ୍ଟନ କରିବା, ଆଡ-ହକ୍ ଜାହାଜ ବର୍ଥିଂ ସକ୍ଷମ କରିବା,ଶୀଘ୍ରନଷ୍ଟହେବାରଆଶଙ୍କାଥିବା ଏବଂ ଫେରୁଥିବା ରପ୍ତାନି କାର୍ଗୋ ପରିଚାଳନାକୁ ପ୍ରାଥମିକତା ଦେବା,ସୀମାଶୁଳ୍କବିଭାଗ ସହିତ ସମନ୍ୱୟରେ ‘‘ବ୍ୟାକ୍ ଟୁ ଟାଉନ’’ ଗତିବିଧିକୁ ତ୍ୱରାନ୍ୱିତ କରିବା ଏବଂ ଯେଉଁଠାରେ ସମ୍ଭବ ହେବ ବଙ୍କରିଂ ସମର୍ଥନ ବୃଦ୍ଧି କରିବା ଭଳି ସୁବିଧା ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି।
• ପ୍ରମୁଖ ବନ୍ଦରଗୁଡ଼ିକୁ ସୀମାଶୁଳ୍କବିଭାଗ ଏବଂ ଡିଜିଏଫଟିଭଳି ଏଜେନ୍ସି ସହିତ ସମନ୍ୱୟ ସ୍ଥାପନ କରିବାକୁ, ବନ୍ଦର ଶୁଳ୍କରେ ରିହାତିସମ୍ପର୍କରେ ବିଚାର କରିବାକୁ ଏବଂ ସଙ୍କଟ ସମୟରେ ସୁଗମ ଲଜିଷ୍ଟିକ୍ସ ସହାୟତା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟକୁ ଦୈନିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି।
• ସରକାର ଭିତ୍ତିଭୂମି, ଆର୍ଥିକ ସୁବିଧା, ଶକ୍ତି ସୁରକ୍ଷା ମନିଟରିଂ ଏବଂ ଜାହାଜ ସୁରକ୍ଷା କାର୍ଯ୍ୟରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରିଛନ୍ତି।
• ମନ୍ତ୍ରଣାଳୟ (୨୮ ଫେବୃଆରୀ ୨୦୨୬) ଏବଂ ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଉଭୟରେ ଏକ ଉତ୍ସର୍ଗୀକୃତ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମରହିଛି। ନିର୍ଦ୍ଦେଶାଳୟ ସମୟାନୁସାରେ ସୂଚନା ଏବଂ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ଜାହାଜ ମାଲିକ, ଅପରେଟର ଏବଂ ନାବିକଙ୍କ ପରିବାର ସହିତ ନିରନ୍ତର ଯୋଗାଯୋଗ ବଜାୟ ରଖିଛି।
• ବିଦେଶୀ ଜାହାଜରେ ଭାରତୀୟ କର୍ମଚାରୀଙ୍କ ସହ ଜଡିତ ସାମୁଦ୍ରିକ ଘଟଣା ଘଟିଛି। ଏହି ଜାହାଜଗୁଡ଼ିକରେ ୭୮ ଜଣ ଭାରତୀୟ ନାବିକ ଥିଲେ। ଏଥିମଧ୍ୟରୁ ୭୦ ଜଣ ଅକ୍ଷତ ଅବସ୍ଥାରେ ଖସିଯାଇଛନ୍ତିଏବଂ ୪ ଜଣ ଆହତ ହୋଇଛନ୍ତି, କିନ୍ତୁସେମାନଙ୍କଅବସ୍ଥା ସ୍ଥିର ଅଛି। ଦୁର୍ଭାଗ୍ୟବଶତଃ, ୩ ଜଣଙ୍କରମୃତ୍ୟୁ ହୋଇଛି ଏବଂ ଜଣେ ନାବିକ ନିଖୋଜ ଅଛନ୍ତି।
• ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପାରସ୍ୟ ଉପସାଗର ଅଞ୍ଚଳରେ ପରିବର୍ତ୍ତିତ ସାମୁଦ୍ରିକ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସେହି ଅଞ୍ଚଳରେ ବଦଳୁଥିବା ସାମୁଦ୍ରିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ନିରୀକ୍ଷଣ ଏବଂ ପ୍ରସ୍ତୁତି ପଦକ୍ଷେପକୁ ସୁଦୃଢ଼ କରିଛି।
• ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ଶିଳ୍ପ ଏବଂ ଅଂଶୀଦାରମାନଙ୍କ ସହିତ ନିୟମିତ ଆଲୋଚନା ଜାରି ରହିଛି।
• ଭାରତୀୟ ନାବିକଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଏବଂ ଭାରତର ସାମୁଦ୍ରିକହିତକୁ ରକ୍ଷା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
ସଂକଟଗ୍ରସ୍ତଅଞ୍ଚଳରେ ଭାରତୀୟ ନାଗରିକଙ୍କ ସୁରକ୍ଷା
• ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜିସିସିଏବଂ ଇରାନରେ ଭାରତୀୟଙ୍କ ସୁରକ୍ଷା ଏବଂ କଲ୍ୟାଣ ସମ୍ପର୍କରେ ଏକ ସୂଚନାପ୍ରଦାନ କରିଛି-
• ଆମର ଦୂତାବାସଗୁଡ଼ିକ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି ଏବଂ ବ୍ୟବସାୟିକ ଉଡ଼ାଣ ବିକଳ୍ପ ପାଇଁ ସୂଚନା ପ୍ରଦାନ କରିବାରେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। କିଛି କ୍ଷେତ୍ରରେ, ସେମାନେ ଭିସା ପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି।
• ଆର୍ମେନିଆ ଏବଂ ଆଜରବୈଜାନ ଦେଇ ବାଣିଜ୍ୟିକ ଉଡ଼ାଣରେ ଫେରିବାକୁ ଚାହୁଁଥିବା ଭାରତୀୟ ନାଗରିକମାନଙ୍କୁ ଆମରଦୂତାବାସସାହାଯ୍ୟ କରୁଛି। ଦୂତାବାସ ଭିସା ଏବଂ ସ୍ଥଳ-ସୀମା ପାର ହେବାରେ ସାହାଯ୍ୟ କରୁଛି।
• ବର୍ତ୍ତମାନଜାରିରହିଥିବା ସଂଘର୍ଷରେ ଆମେ ତିନି ଜଣ ଭାରତୀୟ ନାଗରିକଙ୍କୁ ହରାଇଛୁ। ଆମର ଜଣେ ଭାରତୀୟ ନାଗରିକ ନିଖୋଜ ଥିବା ସୂଚନା ମଧ୍ୟ ଅଛି।
• ଏହି ଚାରି ଜଣ ଭାରତୀୟ ନାଗରିକ ସ୍ଥାନୀୟ ଅଞ୍ଚଳରେ ଚଳାଚଳ କରୁଥିବା ବାଣିଜ୍ୟ ଜାହାଜରେ କର୍ମଚାରୀ ଥିଲେ।
•ଓମାନ ଏବଂ ଇରାକରେ ଆମର ଦୂତାବାସ ଏବଂ ଦୁବାଇରେ ଆମର ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ କାମ କରୁଛନ୍ତି ଯାହା ଦ୍ୱାରା ସେମାନଙ୍କର ପାର୍ଥିବ ଶରୀର ଯଥାଶୀଘ୍ର ଭାରତକୁ ଫେରାଇ ଅଣାଯାଇପାରିବ।
• ଏହିକାରଣରୁ ଭାରତ ଯେକୌଣସି କ୍ଷେତ୍ରରୁ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛିବୋଲିମନ୍ତ୍ରଣାଳୟରଅଧିକାରୀମାନେକହିଛନ୍ତି ।
• ସର୍ବଶେଷ ଦୁର୍ଘଟଣା ମାର୍ଶାଲ ଦ୍ୱୀପରଏକ ଜାହାଜସାଫେସିଆ ବିଷ୍ଣୁରେ ଘଟିଥିଲା। ଏହା ଇରାକ ନିକଟରେ ଘଟିଥିଲା।
• ଜାହାଜରେ ମୋଟ ୨୮ ଜଣକର୍ମଚାରୀ ସଦସ୍ୟ ଥିଲେ, ଯେଉଁଥିରେ ୧୬ ଜଣ ଭାରତୀୟ ନାଗରିକ ଥିଲେ। ସେମାନଙ୍କ ମଧ୍ୟରୁ ଦୁର୍ଭାଗ୍ୟବଶତଃ ଜଣେମୃତ୍ୟୁବରଣ କରିଛନ୍ତି। ତାଙ୍କପ୍ରତିଆମେ ଆମର ସମବେଦନା ଜଣାଉଛୁ। ଅନ୍ୟ ୧୫ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନେ ବର୍ତ୍ତମାନ ବାସରାରେ ଅଛନ୍ତି। ଆମର ଦୂତାବାସ ସେମାନଙ୍କ ସହିତ ଯୋଗାଯୋଗରେ ଅଛି ଏବଂ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରୁଛି।
• ସଂଘର୍ଷରେ ଏପର୍ଯ୍ୟନ୍ତ ଦୁଇ ଡଜନରୁ ଅଧିକ ଭାରତୀୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଲୋକ ହସ୍ପିଟାଲରେ ଅଛନ୍ତି।
ଗଣମାଧ୍ୟମ ଜରିଆରେ ନାଗରିକଙ୍କୁ ନିବେଦନ:
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ:
• ଆତଙ୍କିତହୋଇତରବରିଆଭାବେସିଲିଣ୍ଡରବୁକିଂ ନ କରିବାକୁଗଣମାଧ୍ୟମଜରିଆରେସବୁ ନାଗରିକଙ୍କୁ ନିବେଦନ କରାଯାଇଛି ଏବଂ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।
• ତୃଣମୂଳ ସ୍ତରରେ ଏଲପିଜି ସିଲିଣ୍ଡର ବଣ୍ଟନ ଉପରେ ନଜର ରଖିବାଲାଗିଜିଲ୍ଲାସ୍ତରୀୟ ପର୍ଯ୍ୟବେକ୍ଷଣ କମିଟି ଏବଂ ରାଜ୍ୟ ସରକାରଙ୍କ ଭୂମିକା ନିର୍ଦ୍ଧାରଣକରାଯାଇଛି ।
• ସାମାଜିକଗଣମାଧ୍ୟମ ବ୍ୟବହାରକାରୀମାନଙ୍କୁ ମିଥ୍ୟା ସୂଚନା ଓ ଗୁଜବ ପ୍ରସାରନକରିବା ଏବଂ କେବଳ ବିଶ୍ୱସନୀୟ ଏବଂ ପ୍ରମାଣିତ ବିଷୟବସ୍ତୁ ପୋଷ୍ଟ କରିବାକୁ ନିବେଦନ କରାଯାଇଛି।
• ଏହା ଏକ ପରିବର୍ତ୍ତନଶୀଳଘଟଣାକ୍ରମ ହୋଇଥିବାରୁ ବାରମ୍ବାର ସମାନ ଦୃଶ୍ୟ ପ୍ରଦର୍ଶନ ନକରିବାକୁ ଟିଭି ଚ୍ୟାନେଲଗୁଡ଼ିକୁ ଅନୁରୋଧ କରାଯାଇଛି। ଚ୍ୟାନେଲଗୁଡ଼ିକୁ ତାରିଖ ଏବଂ ସମୟ ଷ୍ଟାମ୍ପ ସହିତ ବିଭିନ୍ନଦୃଶ୍ୟ ପ୍ରଦର୍ଶନ କରିବାକୁ ଅନୁରୋଧ କରାଯାଇଛି ଯାହାଦ୍ୱାରା ନାଗରିକମାନେ ଘଟଣା କେବେ ଘଟିଲା ସେ ବିଷୟରେ ସଠିକ୍ ଭାବରେ ଅବଗତ ହୋଇପାରିବେ।
• ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ କରିବା ବିରୁଦ୍ଧରେ କଠୋର ପଦକ୍ଷେପ ନେବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି ।