କଣ୍ଟାବାଞ୍ଜି ଇନ୍ଦିରା ଛକ ନିକଟରେ ସଡ଼କ ଦୁର୍ଘଟଣା : ବେହାଲ ଟ୍ରାଫିକ ବ୍ୟବସ୍ଥା, ଆହତ ଅନେକ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଇନ୍ଦିରା ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଥିବାରୁ ଟ୍ରାଫିକ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ବୋଲେରୋ, ଏକ ପିକ୍-ଅପ୍ ଭ୍ୟାନ୍ ଏବଂ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ, ପାର୍ବଣ ଅବସରକୁ ନଜରରେ ରଖି ରାସ୍ତା ପାର୍ଶ୍ୱରେ ଅସ୍ଥାୟୀ ଦୋକାନ ଲାଗିଥିବାରୁ ଏହି ଅଞ୍ଚଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ରୂପ ନେଉଛି । ସଙ୍କୀର୍ଣ୍ଣ ରାସ୍ତା ଏବଂ ଅନିୟମିତ ଯାନ ଚଳାଚଳ ଯୋଗୁଁ ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦୁର୍ଘଟଣାରେ ବୋଲେରୋ ଏବଂ କାରରେ ବସିଥିବା କିଛି ଯାତ୍ରୀ ଆହତ ହୋଇଥିବା ଖବର ମିଳିଥିବାବେଳେ, ଆହତଙ୍କ ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଯାତାୟାତ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଥିଲା । ଟ୍ରାଫିକ ନିୟନ୍ତ୍ରଣ ଓ ପାର୍ବଣ ସମୟରେ ରାସ୍ତା ଦଖଲ ନିୟନ୍ତ୍ରଣ ପାଇଁ ପ୍ରଶାସନର ପକ୍ଷରୁ ଯଥୋଚିତ ପଦକ୍ଷେପ ନେବାକୁ ସାଧାରଣ ଲୋକଙ୍କ ମଧ୍ୟରେ ଦାବି ଜୋରଦାର ହୋଇଛି ।

Leave A Reply

Your email address will not be published.