ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆ ଷ୍ଟାଫ୍ ଏସୋସିଏସନ୍ର ରିଜନାଲ କନ୍ଫରେନ୍ସ ସ୍ଥାନୀୟ ଟାଉନ୍ ଗାର୍ଲସ୍ ହାଇସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟାଫ୍ ଏସୋସିଏସନ୍ ଭୁବନେଶ୍ୱର ସାର୍କିଲ୍ର ପ୍ରେସିଡେଣ୍ଟ କମ୍ରେଡ୍ ତପନ କୁମାର ପାଲ, ଜେନେରାଲ ସେକ୍ରେଟେରୀ କମ୍ରେଡ ଚିତ୍ତରଞ୍ଜନ ପଣ୍ଡା ଓ ବଲାଙ୍ଗିର ରିଜନ୍ର ରିଜନାଲ୍ ମ୍ୟାନେଜର ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଉପସ୍ଥିତ ରହି କମ୍ରେଡ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହି କନ୍ଫରେନ୍ସକୁ ସର୍କଲ ୮ର ଭାଇସ୍ ପ୍ରସିଡେଣ୍ଟ କମ୍ରେଡ୍ ରୋହିତ କୁମାର ଶତପଥୀ ଓ ରିଜନାଲ୍ ସେକ୍ରେଟେରୀ କମ୍ରେଡ୍ ରୂପେଶ କୁମାର ଦଳେଇ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମ୍ରେଡ୍ ଗଣ୍ଡାରାମ ସାହୁ, କମ୍ରେଡ୍ ଆଲୋକ ରଂଜନ, କମ୍ରେଡ୍ ସୂଚିସ୍ମିତା ନାଏକ, କମ୍ରେଡ୍ ଶିବାନନ୍ଦ ଦାଶ ଓ କମ୍ରେଡ୍ ରାକାନିଶିଥ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।