କେସିଙ୍ଗା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କେସିଙ୍ଗା ବି. ଡି. ଓ ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ଶିବିରରେ ୧୮୮ ଜଣ ନିଜ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସିଥିଲେ ୫୪ ଜଣଙ୍କୁ ଘଟଣା ସ୍ଥଳରେ ପ୍ରମାଣପତ୍ର ପ୍ରଦାନ କରାଯାଇଛି, ହାତ ଗୋଡ଼ ଓ ହାଡ ସମ୍ୱନ୍ଧୀୟ ସମସ୍ୟା ପାଇଁ ୭୧ ଜଣ, କାନ ସମସ୍ୟା ୩୮ ଜଣ, ଆଖି ସମସ୍ୟା ପାଇଁ ୫୧ ଜଣ, ମାନସିକ ସମସ୍ୟା ପାଇଁ ୧୮ ଜଣ ରୋଗୀ ଆସିଥିଲେ । ୩୨ ଜଣ ବସ୍ ପାସ ଓ ୩୬ ଜଣ ଟ୍ରେନ୍ ପାସ ପାଇଁ ଆବେଦନ କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କୁ ଉପଯୁକ୍ତ ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହା ଏକ ମାଧ୍ୟମ ଅଟେ ।

Leave A Reply

Your email address will not be published.