ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ସହ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ପ୍ରଜାତନ୍ତ୍ର ଖବର କାଗଜର ସମ୍ବାଦଦାତା ରାଜୀବ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି “ଭାଷା ହିଁ ଜୀବନର ମୂଳ” ବୋଲି ମତ ପ୍ରକାଶ କରିଥିଲେ । ପ୍ରଗତିବାଦୀ ଖବର କାଗଜର ସାମ୍ବାଦିକ ଆକୁଳ ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଭାଷା ବିନା ଜାତିର ସମୃଦ୍ଧି ଅସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । ଶିକ୍ଷକ ନନ୍ଦିଘୋଷ ବାରିକ ଓ ସ୍ନିଗ୍ଧା ପ୍ରଧାନ ମଞ୍ଚାସିନ ହୋଇ ଛାତ୍ରଛାତ୍ରୀମାନଙ୍କ ଉଦବୋଧନ ପ୍ରଦାନ କରିଥିଲେ । ଛାତ୍ରୀ ଶ୍ରୀମୟୀ ସେଠ୍, ଜାଗୃତି ଓ ଦିପ୍ତିଶିଖା ବାଗ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଗତବର୍ଷ ବାର୍ଷିକ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଅର୍ଚ୍ଚିତା ପ୍ରଧାନଙ୍କୁ ଅତିଥିମାନେ ଉପଢୌକନ ଓ ପ୍ରତିଫଳନ ପ୍ରଦାନ କରି ସମ୍ମାନିତ କରିଥିବା ବେଳେ ଛାତ୍ରୀ ଜନନିକା ନାୟକଙ୍କୁ ମାତୃଭାଷା ଓଡ଼ିଆରେ ଅଧିକ ନମ୍ବର ରଖିଥିବା ଯୋଗୁଁ ପୁରସ୍କୃତ କରିଥିଲେ । ଶେଷରେ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୀନକେତନ ଦାସ, ସୁରଜ ଖମାରୀ, ଶୋଭାଗିନି ସାହୁ, ସୂର୍ଯ୍ୟକାନ୍ତୀ କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.