jsm

ଯୁବକ ହତ୍ୟା ଘଟଣାରେ ତିନି ଗିରଫ

csstore
  • ଅସ୍ତ୍ରଶସ୍ତ୍ର ସହ ୩ଟି ମୋବାଇଲ ସେଟ୍ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଅଞ୍ଚଳରେ ଚାଞ୍ଚଲ୍ୟ ସହ ହଇଚଇ ସୃଷ୍ଟି କରିଥିବା ଗତ ଶୁକ୍ରବାର ଜଣାପଡ଼ିଥିବା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ତିନି ଜଣ ଯୁବକ ଧରାପଡିଛନ୍ତି ସେମାନଙ୍କୁ ଭୁବନେଶ୍ୱରରୁ ଛତ୍ରପୁର ଥାନା ପୋଲିସ ଉଠାଇ ଆଣିଛି ।
ଏଠାରେ ସୂଚନା ଯୋଗ୍ୟ ଯେ ଛତ୍ରପୁର ଥାନା ଅନ୍ତର୍ଗତ ସାଙ୍ଗସାଥୀ ମେଳରେ ଘଟିଥିବା ବଚସାକୁ ନେଇ ଏହି ଛତ୍ରପୁର ସହର ରିକାପଲ୍ଲୀ ରେଳବାଇ ଗେଟ୍ ନିକଟରେ ସାହେବ ଜେନା ପଲ୍ଲୀ ଗ୍ରାମର ଆର. ରାଜା ରାଓଙ୍କର ହତ୍ୟାକାଣ୍ଡ ଘଟିଥିବା ଘଟଣାର ପର୍ଦ୍ଦାଫାସ ହୋଇଛି । ପୋଲିସ ୨୪ ଘଣ୍ଟା ମଧ୍ୟରେ କରି ତଦନ୍ତ ସଂପୃକ୍ତ ସମସ୍ତ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ସେମାନେ ହେଲେ ଛତ୍ରପୁର ସହରାଞ୍ଚଳର ଦେବୀନଗର ଅଞ୍ଚଳରେ ରହି ଆସୁଥିବା ଚନ୍ଦନ ରାଉତ (୨୭), ସୁନୀଲ ରାଉତ (୨୨) ଏବଂ ଆଶିଷ କୁମାର ବେହେରା (୨୨), ଆଶିଷ ଛତ୍ରପୁର ସହରର ପୋଲିସ ବାରାକ ସାହିର ଲୋକ କିନ୍ତୁ ସେ ଛତ୍ରପୁର ଚର୍ଚ୍ଚରୋଡ଼ ସାହିରେ ରୁହନ୍ତି ବୋଲି କୁହାଯାଏ ।
ଏହି ତିନିଜଣ ଯୁବକଙ୍କୁ ପୋଲିସ ଗିରଫ କରି ଶନିବାର ସନ୍ଧ୍ୟା ସୁଦ୍ଧା କୋର୍ଟ ଚାଲାଣ କରିଛନ୍ତି । ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସବିଶେଷ ତଥ୍ୟ ବିବରଣୀ ସହ ଏକ ପ୍ରେସ ମିଟ୍ କରି ହତ୍ୟାକାଣ୍ଡ ଘଟଣାର ଛତ୍ରପୁର ଥାନା କର୍ତ୍ତୃପକ୍ଷ ଖୁଲାସା କରିଛନ୍ତି । ଛତ୍ରପୁର ଏସ୍.ଡି.ପି.ଓ ଚନ୍ଦନ ଘଡେ଼ଇ, ଛତ୍ରପୁର ଆଇ.ଆଇ.ସି ସବ୍ୟସାଚୀ ମଲ୍ଲ ଉକ୍ତ ପ୍ରେସ ମିଟ୍ ଅଧିକା ତଥ୍ୟ ଦେଇଛନ୍ତି । ଛତ୍ରପୁର ଅଞ୍ଚଳରେ ବ୍ରାଉନ ସୁଗର, ଡ୍ରଗ୍ସ, ଏବଂ ଅନ୍ୟାନ୍ୟ ଚୋରା ମାଦକ ଦ୍ରବ୍ୟ ର କାରବାର ରୋକିବା ସହ ଖଳ ପ୍ରକୃତିର ଲୋକଙ୍କୁ, ଗୁଣ୍ଡାରାଜ୍ କରୁଥିବା ଲୋକ ମାନଙ୍କର ଦମନ କରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରୟାସ ଆରମ୍ଭ କରାଯାଇଛି ବୋଲି ଛତ୍ରପୁର ପୋଲିସ ମତପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.