ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତର କୁଟାସିଂହା ଗ୍ରାମର ପଡାଗ୍ରାମ କଣ୍ଟାପାଳିରେ ଅବସ୍ଥିତ ଥିବା ମୂଳ ବାସିନ୍ଦା ଚିତ୍ରା ସା ଆଜକୁ ୧ ବର୍ଷ ୪ ମାସ ବିଗତ ତା .୨୦/୧୦/୨୦୨୪ ରେ ଏସ ଏସ ଈ ପି ଡି ବିଭାଗରେ ଅନଲାଇନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ତାଙ୍କ ପରିବାରର ସ୍ୱାମୀ ଛେଳି ଚରାଇ ଜୀବିକା ମେଣ୍ଟାଇଥାନ୍ତି । ତାଙ୍କ ରୋଜଗାର କ୍ଷମ କମିହା ପୁଅର ମଧ୍ୟ ମୃତ୍ୟୁ ଗତ ୨୦୨୨ ମସିହାରେ ହୋଇଯାଇଛି । ନିଜେ ଏବଂ ବୋହୁ ଓ ନାତିର ବୋଝ ତୁଲାଇବାକୁ ପଡୁଛି । ଗରିବ ପରିବାର ଜମି କହିଲେ ନାମକୁ ମାତ୍ର ଥିବା ବେଳେ ଭତ୍ତାରୁ ବଞ୍ଚିତ ହେବା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ଚିତ୍ରା ସା ଜଣାଇଛନ୍ତି । ତେଣୁ ଯଥା ଶୀଘ୍ର ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି ।