ବରଗଡ଼ : ବରପାଲି ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରଗଡ଼ ଜିଲ୍ଲା ଠାରେ ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ଅଧ୍ୟକ୍ଷତା କରି ପୁସ୍ତକ ହିଁ ପ୍ରକୃତ ବନ୍ଧୁ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଦେବକୀ ପ୍ରଧାନ, ଗୀତାଞ୍ଜଳି ମହାପାତ୍ର, ସଂଯୁକ୍ତା ପ୍ରଧାନ ସମୟ ଅପଚୟ ନକରି ଗ୍ରନ୍ଥ କୀଟ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପିଲାମାନେ ଉତ୍ସାହିତ ଥିଲେ । ଶେଷରେ ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗୀ ଦେବ ହରିପାଲ, ଭାବନା କୁମ୍ଭାର, ରଶ୍ମି ସାଙ୍କୁ ମାନପତ୍ର, ଖାତା ଓ କଲମ ପାଠାଗାର ପ୍ରତିଷ୍ଠାତା ବୃନ୍ଦାବନ କୁମ୍ଭାର ପ୍ରଦାନ କରିଥିଲେ ।
Prev Post
Next Post