ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ କଳାକାର ଏକାଡେମୀ ସୁନ୍ଦରଗଡ ତରଫରୁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ସେକ୍ଟର ୮ ସ୍ଥିତ ଜୁବୁଲି ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ଦିପ୍ତି ସୁନ୍ଦରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଆସନ୍ତା ମାସରେ ହେବାକୁ ଥିବା ପଖାଳ ଦିବସ, ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଅଭିନୟ ବା ସେହି ସମ୍ପର୍କିତ କର୍ମଶାଳା କରିବା ପାଇଁ ସ୍ଥିର କରାଗଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବା ପାଇଁ ଉପସ୍ଥିତ ସଭ୍ୟଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଗଲା । ଏହି ବୈଠକରେ ସଭାପତି ଶ୍ରୀମତୀ ସୁନ୍ଦରାୟଙ୍କ ବ୍ୟତୀତ ସୁରେଶ ନନ୍ଦ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ଶୁଭଲକ୍ଷ୍ମୀ ପାତ୍ର, ସସ୍ମିତା ପ୍ରଧାନ, ପ୍ରିୟଙ୍କା ପାଣି, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।