ଅଲ୍ ଇଣ୍ଡିଆ ରାମଧୂନ କପ୍ ଫୁଟବଲ୍

  • ପ୍ରଥମ ସେମି ଫାଇନାଲରେ କଟକ ମଙ୍ଗଳା କ୍ଲବ ୬-୦ ଗୋଲରେ ବିଜୟୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ୧୭ ତମ ସର୍ବଭାରତୀୟ ରାମଧୂନ୍ କ୍ଲବ ଫୁଟବଲ ଟୁର୍ଣ୍ଣକ୍ଷମେଣ୍ଟର ତୃତୀୟ ଦିବସରେ ମଙ୍ଗଳା କ୍ଲବ କଟକ ଓ କଲିକତା ବେଙ୍ଗଲି ଏକାଡେମୀ ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଷ୍ଟାଡିୟମର ଉନ୍ନତି ଲାଗି ପ୍ରୟାସ ଜାରି ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ, ବରିଷ୍ଠ ସାମ୍ବାଦିକ ତଥା ଭେଟରାନ ଫୁଟବଲର ଗୋରେଖ ନାଥ ସାହୁ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, କଲିକତା ଦଳ ଫ୍ରାଞ୍ଚାଇଜ୍ ମହାନଦୀ ଧାରାର ଡାଇରେକ୍ଟର ପ୍ଲାବନ ମହାପାତ୍ର ଓ କଟକ ଦଳର ଫ୍ରାଞ୍ଚାଇଜ୍ ଫିଟ୍ ନେସ ଏମ୍ପାୟର ପ୍ରୋପାଇଟର ଦିନେଶ ଦୟାଲ ଯୋଗଦେଇ ଖେଳକୁ ଉଦଘାଟନ କରି ଖେଳାଳି ମାନଙ୍କ ସହ ପରିଚୟ ପ୍ରଦାନ କରିଥିଲେ ଓ ଭବ୍ୟ ଆୟୋଜନ ସହ ଉଚ୍ଚ କୋଟୀର ଖେଳକୁ ଭୂୟସୀ ପ୍ରଶଂସା କରିଥିଲେ । ଖେଳକୁ ମୁଖ୍ୟ ରେଫରି ଭାବେ ସଞ୍ଜୀବ ସାହୁ, ସହଯୋଗୀ ରେଫରୀ ଭାବେ ଦେବାଶିଷ ବାଗ, ସଂଜନ କୁଦେଇ, ଶୁଶାନ୍ତ ବାଗ ଓ ମ୍ୟାଚ କମିଶନର ଭାବେ ଭୁକୁଲୁ ବକ୍ସି ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଅତିଥି ଓ ଭେଟରାନ କ୍ରିଡାବିତ୍ ମାନଙ୍କ ସହିତ ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ସଭାକାର୍ଯ୍ୟ, ଦିଗାମ୍ବର ଶତପଥି ଲଟେରୀ ଉଠାଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଖେଳର ପ୍ରଥମ ଭାଗରେ କଟକ ଦଳ ପକ୍ଷରୁ ୩ଟି ଗୋଲ୍ ସ୍କୋର ଓ ଦ୍ଵିତୀୟାର୍ଦ୍ଧରେ ୩ ଟି ଗୋଲ ସ୍କୋର ହୋଇଥିଲା । କ୍ରୀଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା, ରାମଧୁନ କ୍ଳବ୍ ସଦସ୍ୟ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ, ବୁବୁନ ନାଏକ, ବାଲ ଗୋପାଲ ମିଶ୍ର, ପ୍ରିତମ ସରାଫ, ରିକୁନ ନାଏକ, ସିପୁନ ନାଏକ, ସୁରଜ୍ ସାହୁ, ଚନ୍ଦନ ସାହୁ, ବିଦ୍ୟାଧର ମିଶ୍ର, ମଦନ ସାହୁ, ରଜତ ସାହୁ, ରଞ୍ଜିତ ସାହୁ, ଜଗନ୍ନାଥ ସାହୁ, ସନତ ହୋତା, ସଦା ସାହୁ, ଗୁରୁ ଦଳାଇ, ବୁଠୀ ଦଳାଇ, ଚନ୍ଦନ ବେହେରା, ଆୟୁଷ ପଣ୍ଡା, ଅଂଶୁମାନ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । କଟକ ମଙ୍ଗଳା ଦଳର ଖେଳାଳୀ ଜିତୁ ମୁଦୁଲିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଅତିଥି ମାନେ ପୁରସ୍କୃତ କରିଥିଲେ । ପ୍ରଭୁ ଦାସ କୁମ୍ଭାର ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ । ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିଲେ । ଦର୍ଶକଙ୍କ ପାଇଁ ଅନୁଷ୍ଠିତ ଲଟେରୀ ଉଠାଣରେ ଆଜନ ମହମ୍ମଦ ସୋନପୁର ପ୍ରଥମ, ମହେଶ ମହାପାତ୍ର କଟକ ଦ୍ୱିତୀୟ ଓ ଲିଙ୍ଗରାଜ ସୁନା ବାଲଜୁରି ତୃତୀୟ ପୁରସ୍କାର ହାସଲ କରିଥିଲେ ।

Leave A Reply

Your email address will not be published.