ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁ ପଲ୍ଲୀ ସ୍ଥିତ କୋଏଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୮ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱ, ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜୟସିଂହଙ୍କ ଆବାହକତ୍ଵ ଓ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଡାକ୍ତର ଅମିତ ଦାସ ମୁଖ୍ୟଅତିଥି, ସିଦ୍ଧେଶ୍ୱର ନିର୍ଦ୍ଦେଶକ ତଥା ସମାଜସେବୀ ବିକାଶ ପାତ୍ର ସମ୍ମାନିତ ଅତିଥି, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜ ବିହାରୀ ରାଉତ ମୁଖ୍ୟବକ୍ତା, ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ଲିଲିମା ଜୟସିଂହ ସ୍ୱତନ୍ତ୍ର ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଶୃଙ୍ଖଳିତ, ସଂସ୍କାରିତ, ଶିକ୍ଷା ପ୍ରତି ପ୍ରତିବଦ୍ଧତା, ସାମାଜିକ ଦାୟିତ୍ୱବୋଧ, ଗୁରୁଜନଙ୍କୁ ସମ୍ମାନ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ନାୟକ ବିଦ୍ୟାଳୟର ଅଭାବ ଅସୁବିଧା ଓ ଅଭିଭାବକଙ୍କ କର୍ତ୍ତବ୍ୟବୋଧ ଉପରେ ତଥା ମଞ୍ଚ ସଂଯୋଜକ ଶ୍ରୀ ସ୍ୱାଇଁ ଅତିଥିମାନଙ୍କ ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଝରଣା ଦାସ, ପ୍ରଭାସିନୀ ନାୟକ, ବିନିତା ଅଗ୍ରୱାଲ, ଦିପ୍ତୀମୟୀ ପରିଡ଼ା, ରୀୟା କୁମାରୀ, କାହ୍ନୁ ଚରଣ ପ୍ରଧାନ, ଦୁର୍ଗା ନାୟକ, ବର୍ଷାରାଣୀ ବରାଡ, ମୀନା ସାହୁ, ରିୟା ବଡାଇକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post