ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୂଳ ନିବାସୀ ବହୁଜନ ମିଳିତ ମହାସଂଘ ଓଡିଶା ବଲାଙ୍ଗିର ଶାଖା ତରଫରୁ ୟୁଜିସି ନିର୍ଦ୍ଦେଶାନାମା ୨୦୨୬କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏକ କର୍ମଶାଳା ସାମ୍ବାଦିକ ଭବନ ବଲାଙ୍ଗିରରେ ବରିଷ୍ଠ ଆଇନଜଷବୀ ଦିନେଶ ନାଗଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଯାଇଛି । ୟୁଜିସି ନିର୍ଦ୍ଦେଶନାମା ୨୦୨୬କୁ କିଭଳି ଓବିସି, ଏସ୍‌ସିଏସ୍‌ଟି ମହିଳା ଆର୍ଥିକ ଅନଗ୍ରସର, ବିକଳାଙ୍ଗ ବିଦ୍ୟାର୍ଥିମାନଙ୍କୁ ଉଚ୍ଚ ଶିକ୍ଷାରେ କିଭଳି ଭାବରେ ସୁରକ୍ଷା ପ୍ରଦାନ କରାଯିବ ତା ଉପରେ ବିଶେଷ ଭାବରେ ସଭାପତି ଶ୍ରୀ ନାଗ ବର୍ଣ୍ଣନା କରିଥିଲେ ଏବଂ ଏହି ନିର୍ଦ୍ଦେଶନାମାକୁ ସାଧାରଣ ବର୍ଗର ଲୋକେ ବିରୋଧ କରିବା ଉଚିତ ନୁହେଁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇ ଓଡିଶା ଓବିସି ମଂଚର ସଭାପତି ଶଙ୍କର ପାତ୍ର କ୍ଷୋଭର ସହିତ କହିଥିଲେ ଯେ, ଯେଉଁଭଳି ଭାବରେ ମଣ୍ଡଳ କମିଶନକୁ ସାଧାରଣବର୍ଗ ବିରୋଧ କରିଥିଲେ ସେହିଭଳି ଭାବରେ ୟୁଜିସି ନିର୍ଦ୍ଦେଶାବଳୀ ୨୦୨୬କୁ ମଧ୍ୟ ବିରୋଧ କରିଛନ୍ତି । ଯେଉଁ ସୁପ୍ରିମକୋର୍ଟ ଆଇନ ଆଣି ଏହି ନିୟମ କରିଛନ୍ତି କିଛି ଉଚ୍ଚ ବର୍ଗର ଚାପରେ ଆସି ଏହି ଆଇନକୁ ବନ୍ଦ କରିବାର ଯେଉଁ ଷଡଯନ୍ତ୍ର ହେଉଛି ତାହାକୁ ଓବିସି ବର୍ଗର ଲୋକମାନେ କଦାପି କ୍ଷମା କରିବେ ନାହିଁ ବୋଲି କହିଛନ୍ତି । ଏଥିପାଇଁ ଭାରତ ସରକାର ଏବଂ ସୁପ୍ରିମକୋର୍ଟ ଉଭୟେ ଦାୟୀ ରହିବେ ବୋଲି ବରିଷ୍ଠ କୃଷକ ନେତା ଜତି ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଅନୁସୂଚିତ ଜାତି ଜନଜାତି ଏବଂ ପଛୁଆ ବର୍ଗ ନିଜ ନିଜର ସମ୍ବିଧାନିକ ହକ୍‌ ପାଇଁ ମିଳିତ ଭାବରେ ଲଢେଇ କରିବା ପାଇଁ ୟୁଜିସି ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରାଇବା ପାଇଁ ଉପସ୍ଥିତ ଜନତାଙ୍କୁ ଓବିସି ମଂଚ ସଂଯୋଜକ ସରୋଜ ମେଶ୍ୱା ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଆଲୋଚନା ଚକ୍ରରେ ଆଦିବାସୀ ନେତା ସତ୍ୟ ଭୋଇ, ଇଂ ବେଲାର ସିଂ ଭୋଇ, ଶ୍ରୀମତି ରମଣୀ ନାଏକ, ନେପାଲ ଚନ୍ଦ୍ର ବାଗ, ଅଚ୍ୟୁତ କୁମ୍ଭାର, ମନୋଜ ନାଗ, ସରୋଜ କୁମାର ମେଶ୍ୱା, ନିକେଶ କୁମ୍ଭାର, କୌତୁକ ପନ୍ଦର, ଶାନ୍ତନୁ ଭୋଇ, ଶ୍ରୀମତି ରୁପାଲି ମହାନ୍ଦ, ଶଙ୍କର୍ଷଣ ପ୍ରଧାନ, ଉତ୍ତମ ଖମାରି, ଆନନ୍ଦ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ସୁଧିର ରଣା, ପୃଥ୍ୱୀରାଜ ନନ୍ଦ, ତରଣୀସେନ ଦୀପ, ବସୁଦେବ ମୁଗ୍ରୀ, ନୀଳକଣ୍ଠ ନାଗ, ଅନିଲ ମୁଗ୍ରୀ, ସୀତାରାମ କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ବାଗ, ଲଳିତ ମହାନନ୍ଦ, କୌଶଲ୍ୟା କୁମ୍ଭାର, ସରସ୍ୱତୀ ସାହୁ, ସୁବାଷିନୀ ସାହୁ, ଜୟଶ୍ରୀ ସୁନା, ଟଙ୍କଧର ଗଡତ୍ୟା, ରିଙ୍କି ନନ୍ଦ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଗାମୀ ମାର୍ଚ୍ଚ ୫ରେ ଜିଲ୍ଲା ସଦର ମହକୁମା ଠାରେ ଗଣବିକ୍ଷୋଭ ହେବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲେ । ଶେଷରେ ସୁନିଲ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.