csstore

ରେଳ ଉପଭୋକ୍ତ ସଂଘର ସାଧାରଣ ବୈଠକ : ବିକ୍ଷୋଭ ପାଇଁ ସଜବାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍ଯ୍ୟସମାଜ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭ୍ୟ ପ୍ରଦୀପ ସାହୁ, ଶିବ ନାରାୟଣ ରଥ, ଗୋପବନ୍ଧୁ ପୁରୋହିତ, କିଶୋର ପୁରୋହିତ, ନରେନ୍ଦ୍ର ଆଚାର୍ଯ୍ୟ, କିଶୋର ମୋହନ ମିଶ୍ର, ଋତୁରାଜ ସିଂହ, କ୍ରିଷ୍ଣାସ୍ୱାମୀ ନାଇଡୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ଅମୃତ ଭାରତ ଯୋଜନାରେ ଷ୍ଟେସନ ଉନ୍ନତିକରଣର ମନ୍ତରଗତି, ପିଆଇଟି ଲାଇନର ପ୍ରତିଷ୍ଠା ଏବଂ ସ୍ୱାଧିନତାର ୭୯ ବର୍ଷ ହୋଇଯାଇଥିଲେ ମଧ୍ୟ ବଲାଙ୍ଗିର ପରି ପୁରୁଣା ଷ୍ଟେସନରୁ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଏକ ସିଧାସଳଖ ଟ୍ରେନ ନ ଥିବାରୁ କ୍ଷୋଭ ପ୍ରକାଶ କରି ଏକ ଜୋରଦାର ଆନ୍ଦୋଳନ ଦରକାର ବୋଲି ମତପ୍ରକାଶ ପାଇଥିଲା । ସେଥି ପାଇଁ ଏକ କୋର କମିଟି ଶିବ ନାରାୟଣ ରଥଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା । ନରେନ୍ଦ୍ର ଆଚାର୍ଯ୍ୟ ଏଫ୍‌ଓଭିରୁ ଟ୍ରେନର ଉଭୟ ଦିଗର ଇଞ୍ଜିନ ଦୂରତା ବହୁତ ହେଉଥିବାରୁ ଏକ ର‍୍ୟାମ୍ପ ଦରକାର, ସମ୍ବଲପୁର ରାୟଗଡା ଟ୍ରେନକୁ (୦୧/୦୨) ୱାଲଟିୟର ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ନାଇଡୁ ମତ ରଖିଥିଲେ । ଉକ୍ତ ସଭାରେ ମୋତିଲାଲ ସାହୁ, ରାମକୃଷ୍ଣ ସାଏ, ସନ୍ତୋଷ ତ୍ରିପାଠୀ, ମନୋରଂଜନ ପୁରୋହିତ, ବିଶ୍ୱନାଥ ତ୍ରିପାଠୀ, ନିତ୍ୟାନନ୍ଦ ମିଶ୍ର, ସୁବ୍ରତ ବହିଦାର, ଅରୁଣ ସାହୁ, ଦ୍ୱାରିକା ପଣ୍ଡା, ଶତୃଘନ ସିଂହ, ପର୍ଶୁରାମ ନାୟକ, ବିଶ୍ୱନାଥ ମିଶ୍ର, ପ୍ରଭାକର ମିଶ୍ର, ତ୍ରିନାଥ ସାହୁ, ବିନୟ ମିଶ୍ର, ଉମାକାନ୍ତ ସାହୁ, ସୁବାଷ ଶତପଥି, ଶରତ ହୋତା ପ୍ରମୁଖ ଯୋଗ ଦେଇଥିଲେ । ସଭା ଆରମ୍ଭରୁ ସଂପାଦକ ବିମଳ ଚକ୍ରବର୍ତ୍ତୀ ବିବରଣୀ ପାଠ କଲା ପରେ କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଆୟବ୍ୟୟର ହିସାବ ରଖିଥିଲେ ଏବଂ ସହ ସଂପାଦକ ଇଂ. ହିତେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.