ଆଗଲପୁର ପୋଲିସକୁ ସଫଳତା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ଥାନା ଘୁଚେପାଲି ଡ୍ୟାମ ନିକଟରେ ଘୁଡୁଘୁଡୁ ପଟି ଖେଳ ହେଉଥିଲା, ଖବର ପାଇ ଆଗଲପୁର ଥାନା ପୋଲିସ ଘଟଣା ସ୍ଥଳରେ ଚଢ଼ଉ କରିଥିଲା । ପୋଲିସକୁ ଦେଖି ଜୁଆଡିମାନେ ଫେରାର ମାରି ଥିବାବେଳେ ତିନିଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ଏବଂ ସେମାନଙ୍କ ପାଖରୁ ନଗଦ ୨୭୪୯ ଟଙ୍କା ଜବତ କରିଛି । ସୂଚନା ଥାଉ କି ଆଗଲପୁର ଅଞ୍ଚଳରେ ଦୀର୍ଘଦିନରୁ ବେଆଇନ ମଦ କାରବାର, ଜୁଆଖେଳ ଓ ଅନେକ ବେଆଇନ କାର୍ଯ୍ୟକଳାପ ବଢୁଥିବା ନେଇ ବହୁ ଦିନରୁ ଲୋକେ ଅଭିଯୋଗ କରୁଥିଲେ । କିନ୍ତୁ ଆଗଲପୁର ଥାନାରେ ଆଇଆଇସି ଅନିତା ନାୟକ ଯୋଗ ଦେବା ପରେ ପୁରା ଆକ୍ସନ ମୋଡ଼ରେ । ବେଆଇନ୍ କାର୍ଯ୍ୟକଳାପ ଉପରେ ପୂର୍ଣ୍ଣଛେଦ ପକାଇବା ପାଇଁ ପ୍ରୟାସ ଜାରି ରଖିଥିବା ଆଗଲପୁର ଥାନା ଅଧିକାରୀ ଅନିତା ନାୟକଙ୍କୁ ଲୋକେ ଭୂୟସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ଏହିପରି ଚଢ଼ାଉ ଜାରୀ ରଖିବା ପାଇଁ ଅଞ୍ଚଳର ବରିଷ୍ଠ ନାଗରିକମାନେ ପୋଲିସ ପାଖରେ ଦାବି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.